32.1 C
Bhubaneswar
Sunday, September 20, 2026
Homeଓଡିଶାଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟ୍ରକ୍,୨ ମୃତ

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟ୍ରକ୍,୨ ମୃତ

ଖୋର୍ଦ୍ଧା: ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ଦୁଇ ମୃତ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥରେ । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଏବଂ ହେଲପରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ,ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ତୋଟାପଡା ଛକ ରେଳବାଇ ଓଭର ବ୍ରିଜ୍ ନିକଟରେ ଏକ ମାଲ ବୋଝେଇ ଟ୍ରକ୍ ଟ୍ରେଲରକୁ ପଛପଟୁ ଧକ୍କା ଦେଇଛି । ଫଳରେ ଡ୍ରାଇଭର ଓ ହେଲପରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଖବର ପାଇ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କ ମୃତଦେହ ଜବତ କରି ମେଡିକାଲ ପଠାଇଛି। ଜାତୀୟ ରାଜପଥରେ ଦୁର୍ଘଟଣା ଗସ୍ତ ଟ୍ରକ୍ ପଡ଼ି ରହିଛି । ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking