29.1 C
Bhubaneswar
Friday, September 18, 2026
Homeଦେଶ ବିଦେଶଫିଲିପାଇନ୍ସ ସ୍କୁଲରେ ଗୁଳିକାଣ୍ଡ: ୩ ଛାତ୍ର ମୃତ

ଫିଲିପାଇନ୍ସ ସ୍କୁଲରେ ଗୁଳିକାଣ୍ଡ: ୩ ଛାତ୍ର ମୃତ

ମାନିଲା: ଦକ୍ଷିଣ ଫିଲିପାଇନ୍ସର ବାଙ୍ଗା ଟାଉନରେ ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ତିନି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ବାଙ୍ଗାର ମେୟର ଆଲବର୍ଟ ପାଲେନସିଆ କହିଛନ୍ତି, ମୃତକଙ୍କ ମଧ୍ୟରେ ୧୬ ବର୍ଷୀୟ ସନ୍ଦିଗ୍ଧ ବନ୍ଧୁକଧାରୀ ଅଛନ୍ତି। ତେବେ ସନ୍ଦିଗ୍ଧ ବନ୍ଧୁକଧାରୀର କେମିତି ମୃତ୍ୟୁ ହେଲା ସେ ବିଷୟରେ ଅଧିକ ତଥ୍ୟ ଦେଇନାହାନ୍ତି। ୮ ଜଣ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ମେୟର କହିଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ବୟସ ୧୪ରୁ ୧୭ ମଧ୍ୟରେ ହେବ। ତେବେ ଗୁଳିକାଣ୍ଡର ଉଦ୍ଦେଶ୍ୟ ଜଣାପଡ଼ିନାହିଁ। ଆକ୍ରମଣ କେଉଁ କାରଣରୁ ଜାଣିବା ପାଇଁ ସୁରକ୍ଷାକର୍ମୀ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛନ୍ତି।

ପାଲେନସିଆ କହିଛନ୍ତି, ମଧ୍ୟାହ୍ନ ଭୋଜନ ପୂର୍ବରୁ ସନ୍ଦିଗ୍ଧ ଛାତ୍ର ଜଣକ ବନ୍ଧୁମାନଙ୍କୁ ଘରକୁ ଚାଲି ଯିବାକୁ କହିଥିଲା। କାରଣ ମଧ୍ୟାହ୍ନ ଭୋଜନ ପରେ ସେ ନିଜ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବା ସେମାନଙ୍କୁ କହିଥିଲା। ତେବେ ମଜା କରିବା ତା’ର ଅଭ୍ୟାସ ଥିବାରୁ ସାଙ୍ଗମାନେ ତା’ର କଥାରେ ହସି ଥିଲେ। କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ସନ୍ଦିଗ୍ଧ ବନ୍ଧୁକଧାରୀ ଛାତ୍ର ଜଣକ ଅନ୍ୟ ଛାତ୍ରମାନଙ୍କ ଉପରେ ଗୁଳିଚାଳନା କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking