30.1 C
Bhubaneswar
Friday, September 18, 2026
Homeଓଡିଶାଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ

ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ

ସୁନ୍ଦରଗଡ଼: ଦାଦନ ଖଟିବାକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ ଯୁବକ । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ କୁରେଇ ପଞ୍ଚାୟତର ଜାମଦରହ ଦୂତପାଣି ଗାଁରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତ ଶ୍ରମିକ ହେଲେ ଗୌରାଙ୍ଗ ପ୍ରଧାନ ।ସୂଚନା ଅନୁଯାୟୀ, ଚଳିତ ସପ୍ତାହରେ ଗୌରାଙ୍ଗ କିଛି ସାଙ୍ଗଙ୍କ ସହ ଦାଦନ ଖଟିବା ପାଇଁ ଗୋଆ ଯାଇଥିଲେ । ସେଠାରେ ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥା ବିଗିଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ରତ୍ନଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଗୌରାଙ୍ଗଙ୍କ ମୃତ୍ୟୁ ଘଟିଥିଲା ।ଗୌରାଙ୍ଗଙ୍କ ମୃତ୍ୟୁର ପ୍ରକୃତ କାରଣକୁ ନେଇ ପରିବାର ମଧ୍ୟରେ ପ୍ରଶ୍ନ ଉଠିଛି । ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଗୋଆ ଯାଇ ମୃତଦେହ ଗାଁକୁ ଆଣିଛନ୍ତି । ଗୌରାଙ୍ଗଙ୍କ ପରିବାରରେ ପତ୍ନୀ ସାବିତ୍ରୀ ଓ ୧୫ ବର୍ଷର ପୁଅ ସୂରଜ ଅଛନ୍ତି । ରୋଜଗାର ପାଇଁ ଘରଠାରୁ ଦୂରକୁ ଯାଇଥିବା ଗୌରାଙ୍ଗଙ୍କ ଏଭଳି ମୃତ୍ୟୁ ପରେ ପରିବାର ସହ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ଦାଦନ ଶ୍ରମିକଙ୍କ ସମ୍ପର୍କିତ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାରୁ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା, ନିଯୁକ୍ତି ଓ ଦାଦନ ଚାଲାଣ ରୋକିବା ନେଇ ପୁଣିଥରେ ପ୍ରଶ୍ନ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking