30.1 C
Bhubaneswar
Friday, September 18, 2026
Homeଓଡିଶାଗାଡ଼ି ଚେକିଂ ବେଳେ ଧରାପଡ଼ିଲା ହାତୀ ଦାନ୍ତ! ଛେଣ୍ଡିପଦାରେ ଜଣେ ଗିରଫ

ଗାଡ଼ି ଚେକିଂ ବେଳେ ଧରାପଡ଼ିଲା ହାତୀ ଦାନ୍ତ! ଛେଣ୍ଡିପଦାରେ ଜଣେ ଗିରଫ

ଅନୁଗୋଳ:  ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୁଲିସକୁ ବଡ଼ ସଫଳତା । ଗାଡ଼ି ଯାଞ୍ଚ ବେଳେ ଜଣେ ବ୍ୟକ୍ତିଙ୍କ ନିକଟରୁ ସନ୍ଦିଗ୍ଧ ହାତୀ ଦାନ୍ତ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ରଖି ତଦନ୍ତ କରାଯାଉଛି ।ଗୁରୁବାର ରାତିରେ ଛେଣ୍ଡିପଦା ଥାନା ପୁଲିସ ବାଗାଡ଼ିଆ ଛକ ନିକଟରେ ଗାଡ଼ି ଯାଞ୍ଚ କରୁଥିଲା । ଏହି ସମୟରେ ଏକ ବାଇକ୍ ରେ ଯାଉଥିବା ବାଗେଡ଼ିଆ ଅଞ୍ଚଳର ସୁକାନ୍ତ ପ୍ରଧାନ ଓରଫ ରଞ୍ଜନଙ୍କୁ ଯାଞ୍ଚ କରିଥିଲା ପୋଲିସ ।ତାଙ୍କ ନିକଟରୁ ପ୍ରାୟ ୩ କିଲୋ ୧୮ ଗ୍ରାମ ଓଜନର ଏକ ସନ୍ଦିଗ୍ଧ ହାତୀର  ଦାନ୍ତ ଜବତ ହୋଇଥିଲା ।ଏହି ବନ୍ୟଜନ୍ତୁ ସାମଗ୍ରୀ ରଖିବା କିମ୍ବା ପରିବହନ ପାଇଁ ସୁକାନ୍ତ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ ।ଫଳରେ ପୋଲିସ ସନ୍ଦିଗ୍ଧ ହାତୀ ଦାନ୍ତ ସହ ବାଇକ୍ କୁ ଜବତ କରିଛି । ଘଟଣା ସମ୍ପର୍କରେ ବନ ବିଭାଗକୁ ଅବଗତ କରାଯାଇଥିବା ବେଳେ, ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।ବନ୍ୟଜନ୍ତୁ ଅପରାଧ ରୋକିବା ସହ ବନ୍ୟଜନ୍ତୁଙ୍କ ଅବୈଧ ସାମଗ୍ରୀ ଚାଲାଣ ଉପରେ ଛେଣ୍ଡିପଦା ପୋଲିସର ନଜର ରହିଛି । ଏହି ହାତୀ ଦାନ୍ତ କାରବାର ଦିର୍ଘ ଦିନ ହେବ  ବନବିଭାଗ ଓ ପୋଲିସ କର୍ମଚାରୀ ଜାନ୍ତରେ ହେଉଥିବା ସାଧାରଣ ରେ ଚର୍ଚ୍ଚା ଯୋର ଧରୀଛି । ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ଲୋକମାନେ କହୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking