32.1 C
Bhubaneswar
Thursday, September 17, 2026
Homeଦେଶ ବିଦେଶଆଉ ୫ ବର୍ଷ ଟାଟା ସନ୍ସର ଚେୟାରମ୍ୟାନ୍ ରହିବେ ଚନ୍ଦ୍ରଶେଖରନ !

ଆଉ ୫ ବର୍ଷ ଟାଟା ସନ୍ସର ଚେୟାରମ୍ୟାନ୍ ରହିବେ ଚନ୍ଦ୍ରଶେଖରନ !

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ରେ ବଡ଼ ଧରଣର ନେତୃତ୍ୱ ପରିବର୍ତ୍ତନର ସମ୍ଭାବନା ଉପରେ ଏବେ ରୋକ୍‌ ଲାଗିଛି। ଟାଟା ସନ୍ସର ବୋର୍ଡ ଏନ୍. ଚନ୍ଦ୍ରଶେଖରନଙ୍କୁ କମ୍ପାନୀର ଏକ୍‌ଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବେ ଆଉ ୫ ବର୍ଷ ପାଇଁ ପୁନଃନିଯୁକ୍ତ କରିବାକୁ ମଞ୍ଜୁରୀ ଦେଇଛି । ଏହା ସହିତ ସେ ତୃତୀୟ କାର୍ଯ୍ୟକାଳରେ ୨୦୩୨ ପର୍ଯ୍ୟନ୍ତ ଟାଟା ସନ୍ସର ନେତୃତ୍ୱ ନେଇପାରନ୍ତି।ବିଶେଷ କଥା ହେଉଛି, ଅଗଷ୍ଟ ୧୨ ତାରିଖରେ ଚନ୍ଦ୍ରଶେଖରନ ତାଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପରେ ପୁଣିଥରେ ଚେୟାରମ୍ୟାନ୍ ପଦ ପାଇଁ ନିଜକୁ ପ୍ରସ୍ତାବ ଦେବେ ନାହିଁ ବୋଲି ବୋର୍ଡକୁ ଜଣାଇଥିଲେ । ତାଙ୍କ ବର୍ତ୍ତମାନର ଦ୍ୱିତୀୟ କାର୍ଯ୍ୟକାଳ ୨୦୨୭ ଫେବ୍ରୁଆରୀରେ ଶେଷ ହେବାର ଥିଲା । ଏବେ ବୋର୍ଡର ନୂଆ ନିଷ୍ପତ୍ତି ସେହି ନିଷ୍ପତ୍ତିକୁ ପରିବର୍ତ୍ତନ କରିଛି।ତେବେ ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ନେଇ ଟାଟା ଟ୍ରଷ୍ଟସ ମଧ୍ୟରେ ମତଭେଦ ଥିବା ରିପୋର୍ଟ ଆସିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking