32.1 C
Bhubaneswar
Wednesday, September 16, 2026
Homeଓଡିଶାମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସି ୪ ମୃତ

ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସି ୪ ମୃତ

ଜଗତସିଂହପୁର : ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ । ବୃଦ୍ଧା ନଦୀର ଗଭୀର ପାଣିରେ ଭାସିଗଲେ ୪ ଯୁବକ । ୩ ଜଣଙ୍କ ପ୍ରାଣହାନି, ଜଣେ ଏବେ ବି ନିଖୋଜ । ଜଗତସିଂହପୁର ଜିଲ୍ଲା ଏରସମା ଥାନା ପଣ୍ଡୁଆ ଗୋପାଳପୁର ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ଓରନାଳ ଗ୍ରାମର କିଛି ଯୁବକ ବୁଧବାର ଅପରାହ୍ନରେ ଘର ପାଖ ବୃଦ୍ଧା ନଦୀକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ । ବିସର୍ଜନ ସମୟରେ ଅସାବଧାନତା ହେତୁ ୪ ଜଣ ଯୁବକ ନଦୀର ପ୍ରବଳ ସ୍ରୋତରେ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତୁରନ୍ତ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ଆଉ ଜଣଙ୍କ ମୃତଦେହ ମଧ୍ୟ ନଦୀରୁ ଉଦ୍ଧାର କରାଯାଇଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ମୃତ ଯୁବକ ମାନେ ହେଲେ ସୁଶୀଲ ପଲେଇ, ମନୋଜିତ ସ୍ୱାଇଁ ଏବଂ ସ୍ୱପ୍ନଜିତ ବାରିକ ।

ଅପରପକ୍ଷରେ ରଶ୍ମିରଞ୍ଜନ ନାୟକ ନାମକ ଆଉ ଜଣେ ଯୁବକ ଏବେ ବି ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି । ପାର୍ବଣ ଆନନ୍ଦ ମଧ୍ୟରେ ଏହି ବିଷାଦଜନକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଓରନାଳ ଗାଁରେ ଏବେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ଲୋକଙ୍କ କାନ୍ଦବୋବୋଳିରେ ପରିବେଶ ହୃଦୟବିଦାରକ ହୋଇପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking