ପୁରୀ: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବାଙ୍ଗୁରିଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ବୁଲା ଦହିବରା ବିକାଳିଙ୍କ ଠାରୁ ଖାଇଥିଲେ ଦହିବରା।ତେବେ ରାତି ହେବା ବେଳକୁ ଜଣଙ୍କ ପରେ ଜଣେ ଅସୁସ୍ଥ ହେବା ଆରମ୍ଭ କରିଥିଲେ। ଅସୁସ୍ଥଙ୍କ ମଧ୍ୟରେ ଝାଡ଼ା, ବାନ୍ତି ଓ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦେଇଥିବା ଜଣାପଡ଼ିଛି। ଅସୁସ୍ଥମାନଙ୍କୁ ତୁରନ୍ତ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ଅଧିକାଂଶ ଅସୁସ୍ଥ ବ୍ୟକ୍ତି ଘରକୁ ଫେରିଥିବା ସୂଚନା ମିଳିଛି।










