ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁସାରେ, ପାକିସ୍ତାନୀ ନୌସେନା ୟୁନିଟ୍ ର ଆଚରଣ ଅଗ୍ରହଣୀୟ ଥିଲା। ଏହା ୧୯୯୧ ମସିହାର ଭାରତ-ପାକିସ୍ତାନ ଚୁକ୍ତିର ଆର୍ଟିକଲ୍-୧୦ ବ୍ୟବସ୍ଥାର ଉଲ୍ଲଂଘନ କରୁଛି । ଚୁକ୍ତି ଅନୁସାରେ ସାମରିକ ଅଭ୍ୟାସ, ଯୁଦ୍ଧାଭ୍ୟାସ ଏବଂ ସୈନ୍ୟ ଗତିବିଧି ସମ୍ପର୍କରେ ପୂର୍ବ ସୂଚନା ଦେବା ନେଇ ବ୍ୟବସ୍ଥା ରହିଛି। ଭବିଷ୍ୟତରେ ଏଭଳି ଘଟଣା ଯେପରି ପୁଣି ନଘଟେ, ସେଥିପାଇଁ ସମସ୍ତ ସାମରିକ ୟୁନିଟ୍ କୁ ସମୁଦ୍ରରେ ଅଧିକ ସତର୍କତା ଅବଲମ୍ବନ କରିବା ସହ ଦ୍ୱିପାକ୍ଷିକ ଚୁକ୍ତିର ବ୍ୟବସ୍ଥାକୁ ସମ୍ମାନ କରିବାକୁ ଭାରତ ପକ୍ଷରୁ କୁହାଯାଇଛି। ଏପଟେ ଇସଲାମାବାଦରେ ଥିବା ଭାରତୀୟ ଚାର୍ଜ ଡି’ଆଫେୟାର୍ସଙ୍କୁ ମଧ୍ୟ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ସମାନ ପ୍ରତିବାଦ ଜଣାଇବାକୁ ନିର୍ଦ୍ଦେଶ ଦେଇଛି ନୂଆଦିଲ୍ଲୀ। ତେବେ ଏଥିରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ।