32.1 C
Bhubaneswar
Wednesday, September 16, 2026
Homeଦେଶ ବିଦେଶ୧୫ ହଜାରରୁ ୨୫ ହଜାରକୁ ବଢ଼ିଲା ବେତନ ସୀମା

୧୫ ହଜାରରୁ ୨୫ ହଜାରକୁ ବଢ଼ିଲା ବେତନ ସୀମା

ନୂଆଦିଲ୍ଲୀ : ଇପିଏଫଓକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଅଧୀନରେ ଅନିବାର୍ଯ୍ୟ କଭରେଜ୍ ପାଇଁ ମାସିକ ବେତନ ସୀମାକୁ ୧୫ ହଜାର ଟଙ୍କାରୁ ବଢ଼ାଇ ୨୫ ହଜାର ଟଙ୍କା କରିବାକୁ କେନ୍ଦ୍ରୀୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକରେ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ପଦକ୍ଷେପ ଫଳରେ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଅଧିକ କର୍ମଚାରୀ ଇପିଏଫଓର ସାମାଜିକ ସୁରକ୍ଷା ବ୍ୟବସ୍ଥାର ପରିସରକୁ ଆସିପାରିବେ । ସରକାରଙ୍କ ଅନୁମାନ ଅନୁସାରେ, ବେତନ ସୀମା ବୃଦ୍ଧି ହେବା ଦ୍ୱାରା ୫୧ ଲକ୍ଷରୁ ଅଧିକ ଅତିରିକ୍ତ କର୍ମଚାରୀ ସିଧାସଳଖ ଭାବେ ଇପିଏଫଓର ପରିସରକୁ ଆସିପାରିବେ । ଏହା ଦ୍ୱାରା ପିଏଫ୍, ପେନସନ୍ ଏବଂ ସମ୍ବନ୍ଧିତ ବୀମା ଭଳି ସାମାଜିକ ସୁରକ୍ଷା ସୁବିଧାର ପରିସର ବଢ଼ିବ ।

ପୂର୍ବ ବ୍ୟବସ୍ଥା ଅନୁସାରେ, ମାସିକ ବେତନ ୧୫ ହଜାର ଟଙ୍କାରୁ ଅଧିକ ଥିବା ନୂଆ କର୍ମଚାରୀଙ୍କ ପାଇଁ ଇପିଏଫଓର ଅନିବାର୍ଯ୍ୟ କଭରେଜ୍ ଲାଗୁ ହେଉନଥିଲା । ଏବେ ଏହି ସୀମା ୨୫ ହଜାର ଟଙ୍କା ହେବାରୁ ୧୫ ହଜାରରୁ ୨୫ ହଜାର ଟଙ୍କା ମଧ୍ୟରେ ବେତନ ପାଉଥିବା ଏକ ବଡ଼ ବର୍ଗର କର୍ମଚାରୀ ଇପିଏଫଓର ବୈଧାନିକ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking