39.1 C
Bhubaneswar
Wednesday, September 16, 2026
Homeଓଡିଶାମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡିଗଲେ ୨ ଛାତ୍ର

ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡିଗଲେ ୨ ଛାତ୍ର

ଗଞ୍ଜାମ: ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡିଗଲେ ୨ ଛାତ୍ର । ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ଘୋଡାହାଡ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି । ପାଣିରେ ବୁଡି ହିଞ୍ଜିଳିକାଟୁ ଅଞ୍ଚଳର ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଦୁଇ ଜଣ ହେଉଛନ୍ତି ଗାୟତ୍ରୀ ନଗର ଏବଂ ଗଜପତି ମାର୍ଗ ଅଞ୍ଚଳର ବୋଲି ଜଣାପଡିଛି । ଉଭୟ ଛାତ୍ର ଅନ୍ୟ ସାଥିମାନଙ୍କ ସହିତ ମୂର୍ତ୍ତି ବିସର୍ଜନ ପାଇଁ ଘୋଡାହାଡ ନଦୀକୁ ଯାଇଥିଲେ । ବିସର୍ଜନ ସମୟରେ ଅସାବଧାନତା କାରଣରୁ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ନଦୀରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୃତଦେହ ଜବତ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking