ନୂଆଦିଲ୍ଲୀ: ମେଟା ଇଣ୍ଡିଆ ମୁଖ୍ୟଙ୍କୁ ପୁଣି ଭାରତ ଶିଶୁ ଅଧିକାର ପ୍ୟାନେଲର ନୋଟିସ୍ ଶିଶୁ ଯୌନ ଶୋଷଣ ଓ ଦୁର୍ବ୍ୟବହାର ସାମଗ୍ରୀ ବିଜ୍ଞାପନ ନେଇ ରିପୋର୍ଟ ତଲବ । ଆଜି ମାମଲାର ହେବ ଶୁଣାଣି । ମେଟାର ଇଣ୍ଡିଆ ଏମଡିଙ୍କୁ ବ୍ୟକ୍ତିଗତ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ । ମେଟା ଏବେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କିତ ମାମଲାର ସୂଚନା ସିଧାସଳଖ ଦେବାକୁ ରାଜି ହୋଇଛି ।ମେଟାର ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ ହ୍ବାଟ୍ସଆପ୍ ଭଳି ପ୍ଲାଟ୍ଫର୍ମରେ ଶିଶୁଙ୍କ ଯୌନ ଶୋଷଣ ସମ୍ପର୍କିତ ମାମଲା ସମେତ ଶିଶୁ ସୁରକ୍ଷା ସମ୍ପର୍କିତ ସମସ୍ତ ଘଟଣାର ରିପୋର୍ଟ ଏଣିକି ଇଣ୍ଡିଆନ୍ ସାଇବରକ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର୍ (ଆଇ୪ସି) ପରିଚାଳିତ ସାଇବରକ୍ରାଇମ୍ ପୋର୍ଟାଲକୁ ସିଧାସଳଖ ରିପୋର୍ଟ ଦେବ । ଆମେରିକାର ଏସିଏମ୍ସି ବଦଳରେ ଆଇ୪ସି ପୋର୍ଟାଲକୁ ଦେବ ସୂଚନା ଦେବ । ଏହା ପୂର୍ବରୁ ମେଟା ଏପରି ମାମଲାର ରିପୋର୍ଟ ଆମେରିକାର ‘ନ୍ୟାସନାଲ୍ ସେଣ୍ଟର୍ ଫର୍ ମିସିଂ ଆଣ୍ଡ ଏକ୍ସପ୍ଲଏଟେଡ୍ ଚିଲ୍ଡ୍ରେନ୍ (ଏନ୍ସିଏମ୍ଇସି)କୁ ଦେଉଥିଲା ।
ଭାରତରେ ଥିବା ସନ୍ଦିଗ୍ଧ ଶିଶୁ ଯୌନ ଶୋଷଣ ସମ୍ପର୍କିତ ମାମଲାରେ ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଶୀଘ୍ର ସୂଚନା ଦେବା ଦିଗରେ ମେଟାର ନୂଆ ନିଷ୍ପତ୍ତିକୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ଶିଶୁଙ୍କ ଅନ୍ଲାଇନ୍ ସୁରକ୍ଷାକୁ ଭାରତରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ପ୍ଲାଟଫର୍ମର ମୌଳିକ ଦାୟିତ୍ଵ ବୋଲି ସରକାର କହିଛନ୍ତି । ଶିଶୁଙ୍କ ସୁରକ୍ଷା ପାଇଁ ସକ୍ରିୟ ପଦକ୍ଷେପ ନେଉନଥିବା ପ୍ଲାଟ୍ଫର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି ।ମେଟା ବିରୋଧରେ ଶିଶୁ ଯୌନ ଶୋଷଣ ସାମଗ୍ରୀ ଏବଂ ଏ ସମ୍ପର୍କିତ ବିଜ୍ଞାପନକୁ ନେଇ ଯାଞ୍ଚ ଚାଲିଥିବା ସମୟରେ ଏହି ନିଷ୍ପତ୍ତି ଆସିଛି । ନିକଟରେ ସରକାର ଏପରି କ୍ଷତିକାରକ ସାମଗ୍ରୀ ହଟାଇବା, ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ଓ ଅଧିକ ଦାୟିତ୍ଵଶୀଳ ହେବା ପାଇଁ ମେଟା ସମେତ ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ଉପରେ ଚାପ ବଢ଼ାଇଥିଲେ । ଅନ୍ୟ ପ୍ଲାଟଫର୍ମଗୁଡ଼ିକ ସହ ମଧ୍ୟ ଆଲୋଚନା ଜାରି ରହିଛି ।










