ମୟୁରଭଞ୍ଜ: ଶୁଦ୍ଧି କ୍ରିୟା କୁ ଯାଇଥିଲେ ପରିବାର ସଦସ୍ୟ ଏଣେ ଦୁର୍ବୃତ୍ତ ଘରେ ବୁଲାଇଲେ କଳାକନା। କପ୍ତିପଦା ଥାନା ପିଙ୍ଗୁ ଗ୍ରାମରେ ହୋଇଛି ଲୁଟ ।ଗ୍ରାମର ଶ୍ୟାମ ସୁନ୍ଦର ବେହେରା ତାଙ୍କ ଶ୍ୱଶୁର ଘରକୁ ଏକ ଶୁଦ୍ଧିକ୍ରିୟା କର୍ମ ରେ ଯୋଗ ଦେବା ନିମନ୍ତେ ଯାଇଥିଲେ। ହେଲେ ଆଜି ଘରକୁ ଫେରିବା ପରେ ଘର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ଘର ଭିତର ସମସ୍ତ ରୁମ ରେ ତାଲା ଭଙ୍ଗା ଯାଇଥିବା ଏବଂ ଗଡ଼ରେଜ ଭାଙ୍ଗି ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ ।ଯାହାକୁ ନେଇ ଘଟଣା ବାବଦରେ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତା ରେ ତଦନ୍ତ କୁ ତ୍ୱରାନ୍ୱିତ କରିଛି । ଲୁଟେରା ମାନେ ଘର ଭିତରେ ଥିବା ୩ ଗୋଟି ଗଡ଼ରେଜ କୁ ଶାବଳ ସହାୟତାରେ ଭାଙ୍ଗି ସେଥିରେ ଥିବା ୨୦ ଲକ୍ଷ ରୁ ଉର୍ଦ୍ଧ ମୂଲ୍ୟ ର ସୁନା ଅଳଙ୍କାର ଏବଂ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା କହିଛନ୍ତି ଲୁଟ ର ଶିକାର ଶ୍ୟାମ ସୁନ୍ଦର । ଲୁଟେରା ମାନେ ଶାବଳ ସହାୟତାରେ ତାଲା ଭାଙ୍ଗି ଲୁଟ କରିବା ଏବଂ ଜନବସତି ଭିତରୁ ଲୁଟି ପୋଲିସ କୁ ଚ୍ୟାଲେଞ୍ଜ ଦେଇଛନ୍ତି ।










