31.1 C
Bhubaneswar
Monday, September 14, 2026
Homeଓଡିଶାସ୍କୁଲ ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ

ସ୍କୁଲ ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ

ବଲାଙ୍ଗିର: ବଲାଙ୍ଗିର ପୁଇଁନ୍ତଲା ଥାନା ଅନ୍ତର୍ଗତ କୁଲୁଥିପାଲିରେ ଘରୋଇ ସ୍କୁଲ ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ବସ୍ ମଧ୍ୟ ଓଲଟି ପଡିଥିବା ଦେଖିବାକୁ ମିଳିଛି ।ବଲାଙ୍ଗିରର ଏକ ଘରୋଇ ସ୍କୁଲର ବସ୍ ଗଣେଶ ପୂଜା ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦ୍ରୁତ ଗତିରେ ଥିବା ହେତୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦୁଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଜଣଙ୍କର ଘଟଣା ଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ଘନଶ୍ୟାମ ପ୍ରଧାନ ହୋଇଥିବା ବେଳେ ଗୁରୁତର ରବିଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ଉଭୟ ବଲାଙ୍ଗିର କୁଲୁଥିପାଲି ଗ୍ରାମର ବୋଲି ସୂଚନା ରହିଛି ।

ଅନ୍ୟପଟେ ଦୁର୍ଘଟଣା ଘଟାଇ ସ୍କୁଲ ବସ୍ ଡ୍ରାଇଭର ଫେରାର ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଇଁନ୍ତଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲୋକ ଅଭିଯୋଗ କରିଛନ୍ତି ବେପରୁଆ ଗାଡି ଚାଲାଣ ପାଇଁ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ ମୃତକଙ୍କ ପରିବାର ଲୋକ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking