31.1 C
Bhubaneswar
Sunday, September 13, 2026
Homeଓଡିଶାବଜ୍ରକାପ୍ତା କାତି ଚାଲାଣ ରାକେଟ୍‌ ଠାବ: ୬ ଅଭିଯୁକ୍ତ ଗିରଫ

ବଜ୍ରକାପ୍ତା କାତି ଚାଲାଣ ରାକେଟ୍‌ ଠାବ: ୬ ଅଭିଯୁକ୍ତ ଗିରଫ

ମାଲକାନଗିରି: ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା । ଆନ୍ତଃରାଜ୍ୟ ବନ୍ୟଜନ୍ତୁ ଅଙ୍ଗ ତସ୍କରି ରାକେଟ୍‌ର ପର୍ଦାଫାଶ କରିଛି ବନ ବିଭାଗ । ଏହି ମାମଲାରେ ୩୫୨ଟି ବଜ୍ରକାପ୍ତା କାତି  ଜବତ ହୋଇଛି । ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବନ ବିଭାଗ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବଜ୍ରକାପ୍ତା କାତି ଚାଲାଣ ନେଇ ତସ୍କରି ରାକେଟ୍‌ ସକ୍ରିୟ ଥିବା ସୂଚନା ମିଳିଥିଲା ।ଜବତ ବଜ୍ରକାପ୍ତା କାତିଗୁଡ଼ିକ ଛତିଶଗଡ଼କୁ ଚାଲାଣ ହେଉଥିବା ବେଳେ ବନ ବିଭାଗ ଏହାକୁ ଧରିଥିବା ଜଣାପଡ଼ିଛି । ଏହି ତସ୍କରି ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ବନ୍ୟଜନ୍ତୁ ଅଙ୍ଗ ଚାଲାଣର ନେଟୱର୍କ କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking