30.1 C
Bhubaneswar
Sunday, September 13, 2026
Homeଦେଶ ବିଦେଶୟୁଏଇ ଗସ୍ତ ସାରି ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ

ୟୁଏଇ ଗସ୍ତ ସାରି ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୟୁଏଇ ଗସ୍ତ ସାରି ଆଜି ଓଡ଼ିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ପହଞ୍ଚିବାକୁ ଥିବାବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୟୁଏଇ ଓଡ଼ିଶା ନିବେଶକ ସମ୍ମିଳନୀ ରାଜ୍ୟ ପାଇଁ ନେଇ ଆସିଛି ପୁଞ୍ଜିନିବେଶର ସୁଯୋଗ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ୨.୪୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବିତ ନିବେଶ ଆସିଛି । ଏଥିସହ ରାଜ୍ୟରେ ୬ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନୂଆ ରୋଜଗାର ସୃଷ୍ଟି ହେବାକୁ ଯାଉଛି ।ଶିଳ୍ପ ଓ ନିବେଶ କ୍ଷେତ୍ରରେ ବିଦେଶୀ ନିବେଶକଙ୍କ ଆସ୍ଥା ଜିତିବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଗସ୍ତ ସମୟରେ ୮ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏଥିସହ ୧୬ଟି ବଡ଼ ଶିଳ୍ପସଂସ୍ଥା ଓଡ଼ିଶାରେ ନିବେଶ କରିବା ପାଇଁ ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ସବୁଜ ଶକ୍ତି, ଡାଟା ସେଣ୍ଟର, ଏଆଇ, ଇସ୍ପାତ ଓ ବନ୍ଦର ଭିତ୍ତିଭୂମି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିବେଶ ହେବ ବୋଲି କୁହାଯାଉଛି। ଏହି ଗସ୍ତ ରାଜ୍ୟର ଶିଳ୍ପ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking