29.1 C
Bhubaneswar
Friday, September 11, 2026
HomeଓଡିଶାMMDR ସଂଶୋଧନକୁ ନେଇ ବିଜେଡିକୁ ଟାର୍ଗେଟ କଲେ ଅମର ପଟ୍ଟନାୟକ

MMDR ସଂଶୋଧନକୁ ନେଇ ବିଜେଡିକୁ ଟାର୍ଗେଟ କଲେ ଅମର ପଟ୍ଟନାୟକ

ଭୁବନେଶ୍ୱର : ଏମଏମଡିଆର୍ ସଂଶୋଧନ ଆଇନକୁ ନେଇ ରାଜ୍ୟ ରାଜନୀତିରେ ତେଜିଛି ବିବାଦ । ବିଜେଡି ଏହି ସଂଶୋଧନ ଦ୍ୱାରା ଓଡ଼ିଶାର ରାଜସ୍ୱ ଓ ରାଜ୍ୟର କ୍ଷମତା ପ୍ରଭାବିତ ହେବ ବୋଲି ଅଭିଯୋଗ କରୁଥିବା ବେଳେ ଏହାର କାଉଣ୍ଟର କରିଛି ବିଜେପି । ପୂର୍ବତନ ସାଂସଦ ଅମର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରିଛନ୍ତି ।ଅମର ପଟ୍ଟନାୟକ କହିଛନ୍ତି, ଏମଏମଡିଆର୍ ସଂଶୋଧନର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶର ବିଭିନ୍ନ ରାଜ୍ୟରେ ଖଣି ସମ୍ପର୍କିତ ଟିକସ ବ୍ୟବସ୍ଥାରେ ଏକରୂପତା ଆଣିବା । ରାଜ୍ୟର କ୍ଷମତା ଛଡ଼ାଇ ନିଆଯାଇଛି ବୋଲି ବିଜେଡି ଯେଉଁ ପ୍ରଚାର କରୁଛି, ତାହା ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ସେ ଅଭିଯୋଗ କରିଛନ୍ତି ।ତାଙ୍କ କହିବା ଅନୁସାରେ, ରାଜ୍ୟ ଚାହିଁଲେ ଖଣି ସମ୍ପର୍କିତ ଲେଭି ଲଗାଇପାରିବ । ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ତ୍ତ ଓ ନିୟମ ପାଳନ କରିବାକୁ ପଡ଼ିବ। ଏନେଇ ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍ ଭାବେ ପଢ଼ିନଥିବା ଅମର ପଟ୍ଟନାୟକ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking