29.1 C
Bhubaneswar
Friday, September 11, 2026
Homeଦେଶ ବିଦେଶଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ହେବ ବଡ଼ ବୈଠକ

ଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ହେବ ବଡ଼ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ନୂଆ ଦିଲ୍ଲୀରେ ଆୟୋଜିତ ହେବ ୧୮ତମ ବିକ୍ସ ସମ୍ମିଳନୀ। ସାମିଲ ହେବେ ୧୧ ଜଣ ପ୍ରମୁଖ ବିଶ୍ୱନେତା । ଏହି ଦୁଇ ଦିନିଆ ଶିଖର ସମ୍ମିଳନୀରେ ସାମିଲ ହେବାକୁ ନୂଆଦିଲ୍ଲୀ ପହଞ୍ଚଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀ ପାଲମ ବିମାନ ବନ୍ଦରରେ ପହଞ୍ଚିବା ପରେ ପୁଟିନଙ୍କୁ ସ୍ୱାଗତ କରିଥିଲେ ବୈଦେଶିକ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ । ପୁଟିନ ସମେତ ବିଶ୍ୱର ପ୍ରମୁଖ ନେତାଙ୍କ ଗସ୍ତକୁ ନେଇ ନୂଆ ଦିଲ୍ଲୀରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହେବା ସହ ରୁଷ ରାଷ୍ଟ୍ରପତି ଭାରତର ପ୍ରଧାବମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇ ଆଜି ବୈଠକ ହେବା ସମ୍ଭାବନା ରହିଛି । ପ୍ରତିରକ୍ଷା, ବାଣିଜ୍ୟ ଓ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗ ଉପରେ ଆଲୋଚନା ହୋଇପାରେ । ପ୍ରାୟ ୯ ମାସ ପରେ ଏହା ପୁଟିନଙ୍କ ଦ୍ୱିତୀୟ ଭାରତ ଗସ୍ତ । ଏହା ପୂର୍ବରୁ ସେ ୨୦୨୫ ଡିସେମ୍ୱର ୫ ତାରିଖରେ ଭାରତ ଆସିଥିଲେ ।  ଚଳିତ ବର୍ଷ ଭାରତ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ବେଳେ ଏହି ଦୁଇନିଆ ଶିଖର ସମ୍ମିଳନୀରେ ସାମିଲ ହେବେ ବ୍ରାଜିଲ, ଚୀନ, ରୁଷ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦିଆରବ, ୟୁଏଇ ଭଳି ୧୧ଟି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking