ନୂଆଦିଲ୍ଲୀ : ବିଶ୍ବ ବନ୍ଧୁକଚାଳନା ପାରା କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ମିଳିଛି ଦୁଇଟି ପଦକ । ଭାରତୀୟ ବନ୍ଧୁକଚାଳିକା ମୋନା ଅଗ୍ରୱାଲ ରୌପ୍ୟ ଏବଂ ଆଭାନୀ ଲେଖାରା କାଂସ୍ୟ ପଦକ ଜିତିଛନ୍ତି ।ମହିଳା ଏସ୍ଏଚ୍୧ ୧୦ ମିଟର ଏୟାର ରାଇଫଲ୍ ଷ୍ଟାଣ୍ଡିଂ ଇଭେଣ୍ଟରେ ମୋନା ୨୫୦.୦ ପଏଣ୍ଟ ସହ ଦ୍ବିତୀୟ ଏବଂ ଆଭାନୀ ୨୨୯.୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଛନ୍ତି । ସର୍ବିଆର କ୍ରିଷ୍ଟିନା ତ୍ରିଫୁନୋଭିକ୍ ୨୫୦.୨ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମୋନାଙ୍କ ପାଇଁ ଏହା ପ୍ରଥମ ବିଶ୍ବ ପ୍ରତିଯୋଗିତା ପଦକ । ଗତବର୍ଷ ଏହି ସମାନ ସ୍ଥାନରେ ଆୟୋଜିତ ବିଶ୍ବକପ୍ରେ ସେ ରୌପ୍ୟ ପଦକ ଜିତିଥିଲେ । ସେହିପରି ଆଭାନୀ ଲେଖାରାଙ୍କର ମଧ୍ୟ ଏହା ପ୍ରଥମ ବିଶ୍ବ ପ୍ରତିଯୋଗିତା ପଦକ ।










