28.1 C
Bhubaneswar
Thursday, September 10, 2026
Homeଓଡିଶାଟ୍ରେନ୍ ଧକ୍କାରେ ଚାଲିଗଲା ଏକ ଦନ୍ତା ହାତୀର ଜୀବନ

ଟ୍ରେନ୍ ଧକ୍କାରେ ଚାଲିଗଲା ଏକ ଦନ୍ତା ହାତୀର ଜୀବନ

ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ବୃନ୍ଦାବାଡି ନିକଟରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ରାତିରେ ଚାଟିକଣା- ଥେରୁବାଲି ଷ୍ଟେସନ ମଧ୍ୟବର୍ତ୍ତୀ ବୃନ୍ଦାବାଡି ନିକଟ ରେଳଧାରଣା ପାର ହେଉଥିବା ବେଳେ ଦନ୍ତା ହାତୀଟି ଟ୍ରେନ ଧକ୍କାର ଶିକାର ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗର ଟିମ । ହାତୀର ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା , ସେନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗର ଟିମ । ତେବେ ରେଳ ଧାରଣା ପାର ହେଉଥିବା ସମୟରେ ଦନ୍ତା ହାତୀଟି ଟ୍ରେନ ଧକ୍କାରେ ପ୍ରାଣ ହରାଇଥିବା ଜଣାପଡିଛି । ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking