31.1 C
Bhubaneswar
Wednesday, September 9, 2026
Homeଦେଶ ବିଦେଶନେପାଳରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ

ନେପାଳରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ବନ୍ୟା ଦୁର୍ଦ୍ଦଶା ନଥମୁଣୁ ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫.୩ ରେକର୍ଡ । ସପେଟେ ତିବ୍ଦତ, ଏପଟେ ଭାରତ ଯାଏଁ ଝଟକା ଅନୁଭୂତ । ନେପାଳ-ଚୀନ ସୀମାରେ ୧୪୩ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ କରାଯାଇଛି । ତେବେ ଏନେଇ କୌଣସି ମୃତାହତ କିମ୍ବା ବଡ଼ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ପ୍ରଭାବିତ ଅଞ୍ଚଳର ଅଧିକାରୀମାନେ ପରିସ୍ଥିତିର ଆକଳନ କରୁଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୩ ତାରିଖ ଅପରାହ୍ନରେ ତିବ୍ଦତରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ଯାହାର ତୀବ୍ରତା ୫.୦ ଥିଲା । ଏହି ଭୂକମ୍ପର ଝଟକା ଭାରତର ନେପାଳ, ତିବ୍ଦତ ଏବଂ ଉତ୍ତରାଖଣ୍ଡରେ ଅନୁଭୂତ ହୋଇଥିଲା । ଅଗଷ୍ଟ ୨୬ରେ ହିମହ୍ରଦ ଫାଟିବା ଚୀନ ସୀମାବର୍ତ୍ତୀ ନେପାଳର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ଏପର୍ଯ୍ୟନ୍ତ ୧୩୫୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ହଜାର ୩୨୬ ଜଣ ନିଖୋଜ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking