30.1 C
Bhubaneswar
Wednesday, September 9, 2026
Homeଓଡିଶାସୋସିଆଲ ମିଡ଼ିଆରେ ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପମାନଜନକ ପ୍ରଚାର ଅଭିଯୋଗ

ସୋସିଆଲ ମିଡ଼ିଆରେ ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପମାନଜନକ ପ୍ରଚାର ଅଭିଯୋଗ

ଭୁବନେଶ୍ୱର : ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଏଆଇ ମାଧ୍ୟମରେ ବିକୃତ, ଅଶ୍ଳୀଳ ଓ ଅପମାନଜନକ ଭାବରେ ପ୍ରସ୍ତୁତ କରି ସୋସିଆଲ ମିଡିଆ ପ୍ରଚାର କରାଯାଇଛି। ଯାହାକୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜେପି କର୍ମକର୍ତ୍ତାଙ୍କ ନାମରେ ବାରିପଦା ଟାଉନ ଥାନା ଅଭିଯୋଗ ହୋଇଛି। ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଏବଂ ମତଭେଦ ସୃଷ୍ଟିର ସମ୍ଭାବନା ପାଇଁ ସୋସିଆଲ ମିଡିଆର ଦୁରୁପଯୋଗ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜଣେ ପରିଚିତ ସାର୍ବଜନୀନ ବ୍ୟକ୍ତିତ୍ଵ ଅଟନ୍ତି। ତାଙ୍କ ସମ୍ପର୍କରେ ଅପମାନଜନକ, ବିକୃତ କିମ୍ୱା ଅଶ୍ଳୀଳ ଡିଜିଟାଲ୍ ସାମଗ୍ରୀ ପ୍ରସ୍ତୁତ କରି ପ୍ରଚାର କରାଯିବା ଅତ୍ୟନ୍ତ ଗୁରୁତର ଏବଂ ନିନ୍ଦନୀୟ ବିଷୟ ଅଟେ। ବିଜେପିର ଅନୁସୂଚିତ ଜାତି ମୋର୍ଚା ଜିଲ୍ଲା ଉପସଭାପତି ସଞ୍ଜିତ ବେହେରା ଓ ଅନ୍ୟ ମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ, ଅଶ୍ଳୀଳ ଓ ଅପମାନଜନକ ଭାବରେ ପ୍ରସ୍ତୁତ ଏବଂ ପ୍ରସାରଣ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଡିଜିଟାଲ୍ ସାମଗ୍ରୀରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ମୂଳ ଫଟୋକୁ ପରିବର୍ତ୍ତନ କିମ୍ବା ବିକୃତ କରାଯାଇ, ତାଙ୍କ ସାମାଜିକ ସମ୍ମାନ ଓ ପ୍ରତିଷ୍ଠାକୁ ହାନି ପହଞ୍ଚାଇବା ଭଳି ଭାବରେ ଉପସ୍ଥାପନ କରାଯାଉଛି। ଏହାର ପ୍ରସାରଣ ଦ୍ବାରା ଜଣେ ସାର୍ବଜନୀନ ବ୍ୟକ୍ତିଙ୍କ ସମ୍ମାନହାନି ହେବା ସହିତ ସାଧାରଣ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି ହେବାର ଆଶଙ୍କା ରହିଛି। ସାର୍ବଜନୀନ ଭାବେ ସୋସିଆଲ୍ ମିଡିଆରେ ପ୍ରସାରଣ କରାଯାଇ ବିଭିନ୍ନ ଧର୍ମ, ସମ୍ପ୍ରଦାୟ ଓ ସାମାଜିକ ଗୋଷ୍ଠୀ ମଧ୍ୟରେ ଭୁଲ ବୁଝାବୁଝି, ଉତ୍ତେଜନା, ମତଭେଦ କିମ୍ବା ଶତ୍ରୁତା ସୃଷ୍ଟି କରୁଛନ୍ତି। ଏହା ସାମାଜିକ ଶାନ୍ତି ଓ ସ୍ୱଭାବକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷିରେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ କରିଛନ୍ତି। ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ଆଭାସ ଦେ, ବିଜୁ ଯୁବ ଜନତା ଦଳର ଜିଲ୍ଲା କାର୍ଯ୍ୟକାରି ସଭାପତି ସୁନୀଲ ନାୟକ, ଚିତ୍ରେଶ୍ୱର ବେହେରା, ଦୀପକ କୁମାର ମଢୁଆଳ, ଅଭୟ କୁମାର ସିଂ, ଭୀଷ୍ମ ନାରାୟଣ ନାୟକ, ବିଶ୍ୱଜିତ୍ ପରିଛା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking