32.1 C
Bhubaneswar
Tuesday, September 8, 2026
Homeଓଡିଶା୭୧ଟି ନୂତନ ଭାବେ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିମନ୍ତେ ଏକ ଦିବସୀୟ ଦିଗଦର୍ଶନ...

୭୧ଟି ନୂତନ ଭାବେ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିମନ୍ତେ ଏକ ଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ୭୧ଟି ନୂତନ ଭାବେ ଉନ୍ନୀତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ-ତଥା-ଅଧ୍ୟକ୍ଷମାନଙ୍କ ପାଇଁ ଭୁବନେଶ୍ୱରସ୍ଥିତ ବି.ଜେ.ବି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଗୋଟିଏ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନଲାଇନ୍ ନାମଲେଖା ପ୍ରକ୍ରିୟା, ଅତିଥି ଅଧ୍ୟାପକ ଚୟନ ଏବଂ ଅନ୍ୟାନ୍ୟ ଶୈକ୍ଷିକ ଓ ପ୍ରଶାସନିକ କାର୍ଯ୍ୟାବଳୀ ସହିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଅବଗତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶିକ ଶ୍ରୀମତୀ ନିୟତି ପଟ୍ଟନାୟକ ବିଦ୍ୟାଳୟସ୍ତରରେ ପ୍ରଶାସନିକ ବ୍ୟବସ୍ଥାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ନୂତନ ଭାବେ ଉନ୍ନୀତ ହୋଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁସ୍ଥ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନେ ଯେପରି ଗୁଣାତ୍ମକ ଶିକ୍ଷା ଓ ସଠିକ୍ ମାର୍ଗଦର୍ଶନ ପାଇପାରିବେ, ତାହା ସୁନିଶ୍ଚିତ କରିବା ଉପରେ ସେ ଆଲୋକପାତ କରିଥିଲେ । ସେହିପରି ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳି ନିର୍ଦ୍ଧାରିତ ନିୟମାବଳୀର ସଠିକ୍ କାର୍ଯ୍ୟକାରିତା ଏବଂ ବିଦ୍ୟାଳୟ ଓ ନିର୍ଦ୍ଦେଶାଳୟ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଉପ-ନିର୍ଦ୍ଦେଶିକ ଶ୍ରୀମତୀ ସି.ଏଚ୍. ବିଜୟଲକ୍ଷ୍ମୀ ଶୈକ୍ଷିକ ଯୋଜନା ଓ ଅନୁଷ୍ଠାନିକ ପରିଚାଳନାକୁ ସୁଦୃଢ଼ କରିବା ନେଇ ଉଲ୍ଲେଖ କରିଛନ୍ତି । ଏହି ଦିଗଦର୍ଶନ କାର୍ଯ୍ୟକ୍ରମ ନୂତନ ଭାବେ ଉନ୍ନୀତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକାରିତାକୁ ପ୍ରଭାବଶାଳୀ କରିବା ଏବଂ ନୂତନ ଅଧ୍ୟକ୍ଷମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ସମ୍ବନ୍ଧୀୟ ପ୍ରକ୍ରିୟା ଓ ଦାୟିତ୍ୱ ବିଷୟରେ ଆବଶ୍ୟକୀୟ ତାଲିମ୍ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking