33.1 C
Bhubaneswar
Tuesday, September 8, 2026
Homeଓଡିଶାବର୍ଷା ଦିନରେ ଗ୍ରୀଷ୍ମ ତାତି! ୧୨ ସହରରେ ୩୫ ଡିଗ୍ରି ଉପରେ ପାରଦ

ବର୍ଷା ଦିନରେ ଗ୍ରୀଷ୍ମ ତାତି! ୧୨ ସହରରେ ୩୫ ଡିଗ୍ରି ଉପରେ ପାରଦ

ବର୍ଷା ଦିନରେ ଗ୍ରୀଷ୍ମ ତାତି । ଦୁର୍ବଳ ମୌସୁମୀ ପ୍ରବାହ ହେତୁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆକାଶ ବାଦଲ ଶୂନ୍ୟ ରହୁଛି । ଫଳରେ ଗତ ୩ ଦିନ ହେଲା ରାଜ୍ୟରେ ତାପମାତ୍ରା ଉପରମୁହାଁ ହୋଇଛି । ଉଚ୍ଚ ଆର୍ଦ୍ରତାର ଉପସ୍ଥିତି ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ବର୍ଷର ଅଧିକାଂଶ ସମୟ ଥଣ୍ଡା ରହୁଥିବା ପୁରୀ ସହର ଦିନକୁ ଦିନ ଉତ୍ତପ୍ତ ହେଉଛି । ବଣ ଜଙ୍ଗଲ ଘେରା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଲଗାତାର ଭାବେ ରାଜ୍ୟର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହେଉଛି । ଚାନ୍ଦବାଲି, ପାରାଦୀପ ପରି ଉପକୂଳବର୍ତ୍ତୀ ସହରରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜୁଛି । ଦୁଇ ମାସ ଧରି ବର୍ଷାରେ ଭିଜୁଥିବା ଓଡ଼ିଶାରେ ହଠାତ୍‌ ତାତି ସାଙ୍ଗକୁ ଗୁଳୁଗୁଳି ବଢ଼ିବା ଜନଜୀବନକୁ ବହୁ ପରିମାଣରେ ପ୍ରଭାବିତ କରୁଛି । ଗତକାଲି ୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା । ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପୁରୀରେ ୩୬.୨, ଭୁବନେଶ୍ବର ଓ ନୟାଗଡ଼ରେ ୩୬ ଡିଗ୍ରି ଲେଖାଏଁ, ପାରାଦୀପରେ ୩୫.୮ ଡିଗ୍ରି, ଚାନ୍ଦବାଲିରେ ୩୫.୭, ଭଦ୍ରକରେ ୩୫.୫, ଢେଙ୍କାନାଳରେ ୩୫.୪, କଟକରେ ୩୫.୨, ଝାରସୁଗୁଡ଼ା, ଯାଜପୁର ଓ ତାଳଚେରରେ ୩୫ ଡିଗ୍ରି ରହିଥିଲା । ତାତିରେ ଆଉଟୁପାଉଟୁ ହେଉଥିବା ରାଜ୍ୟବାସୀଙ୍କୁ କିଛିଟା ଆଶ୍ବସ୍ତି ମିଳିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ କାଳବୈଶାଖୀ ପ୍ରଭାବରେ ଉପକୂଳ ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୯ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking