28.1 C
Bhubaneswar
Sunday, September 6, 2026
Homeଓଡିଶାସେପ୍ଟେମ୍ବର 8, ଲୋୟର ପିଏମଜିରେ ଇଣ୍ଡିଆ ମେଣ୍ଟର ବିଶାଳ କନଭେନସନ

ସେପ୍ଟେମ୍ବର 8, ଲୋୟର ପିଏମଜିରେ ଇଣ୍ଡିଆ ମେଣ୍ଟର ବିଶାଳ କନଭେନସନ

ଭୁବନେଶ୍ୱର: କଂଗ୍ରେସ ଭବନଠାରେ ଏମଏମଆରଡି ବିଲକୁ ନେଇ ଆଗାମୀ ପ୍ରତିବାଦ କାର୍ଯ୍ୟକ୍ରମ ବିଷୟରେ ଓପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ମେଣ୍ଟର ସହଯୋଗୀ ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା l ଆଲୋଚନା ପରେ ଗଣମାଧ୍ୟମକୁ ମେଣ୍ଟର ସହଯୋଗୀଙ୍କ ସହ ଓପିସିସି ସଭାପତି ଶ୍ରୀ ଦାସ ବିବୃତି ଦେଇଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର 8 ତାରିଖ ଲୋୟର ପିଏମଜି ଛକରେ ଇଣ୍ଡିଆ ମେଣ୍ଟର ଏକ ବିଶାଳ କାନଭେନ୍ସନ ଅନୁଷ୍ଠିତ ହେବ ଏବଂ ଏହି ସମାବେଶରେ ଏମଏମଡିଆର ବିଲ ଉପରେ ଆଲୋଚନା ଏବଂ ଅଭିଭାଷଣ ସହ ସରକାରଙ୍କଠାରେ ଏହି କଳା ବିଲ ପ୍ରତ୍ୟାହାର ପାଇଁ ଦାବୀ ଉପସ୍ଥାପନ କରାଯିବ l ଏହି କ୍ରମରେ ସେପ୍ଟେମ୍ବର 18 ସୁନ୍ଦରଗଡ଼, ରାୟଗଡା 21, କେନ୍ଦୁଝର 24, ଅନୁଗୁଳ 26 ତାରିଖ ଇଣ୍ଡିଆ ମେଣ୍ଟ ତରଫରୁ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ଦାସ ସୂଚନା ଦେବା ସହ କହିଛନ୍ତି ଯେ, ଯଦି ସରକାର କିଛି ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ, ସେପ୍ଟେମ୍ବର 29 ତାରିଖ ବିଧାନସଭା ଆଗରେ ବିରାଟ ପ୍ରତିବାଦ ସଭା ଇଣ୍ଡିଆ ମେଣ୍ଟ ତରଫରୁ ଆୟୋଜନ କରାଯିବ l ସେ କହିଛନ୍ତି ଯେ, ଏମଏମଡିଆର କଳା ବିଲ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ତାର ପ୍ରତିବାଦ କାର୍ଯ୍ୟକ୍ରମ ଜାରୀ ରଖିବ ଏବଂ ଆଗକୁ ଏହା ମହା ଆନ୍ଦୋଳନର ରୂପ ନେବ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି l ରାଜ୍ୟବାସୀଙ୍କ ସ୍ୱାର୍ଥରେ ଇଣ୍ଡିଆ ମେଣ୍ଟ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିବା ସହ ରାଜ୍ୟସ୍ୱାର୍ଥ ପାଇଁ ରାଜ୍ୟର ସମସ୍ତ ଯୁବ, ମହିଳା, ବୁଦ୍ଧିଜୀବୀ, ସାମାଜିକ ଆଦି ସଂଗଠନ ସ୍ବେଛାରେ ପ୍ରତିବାଦ ସଭାରେ ଯୋଗଦାନ କରିବାକୁ ଆହ୍ୱାନ ଜଣାଇଛନ୍ତି l ଆଜିର ଆଲୋଚନା ତଥା ପ୍ରେସ ବିବୃତି କାର୍ଯ୍ୟକ୍ରମରେ ଇଣ୍ଡିଆ ମେଣ୍ଟର କଂଗ୍ରେସର ସନ୍ତୋଷ ସିଂ ସାଲୁଜା ସିପିଆଇର ଡ଼: ପ୍ରଶାନ୍ତ କୁମାର ମିଶ୍ର, ଜୟନ୍ତ ଦାସ, ଆଶିଷ କାନୁନଗୋ, ସିପିଆଇଏମର ଅଳି କିଶୋର ପଟ୍ଟନାୟକ, ବଦ୍ରି ନାରାୟଣ ଦାସ ସିପିଆଇଏମଏଲର ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ଏନସିପିର ବିକ୍ରମ ସ୍ୱାଇଁ, ଏସପିର ପ୍ରତାପ ବାରିକ ଏବଂ ଆରଜେଡିର ହେମନ୍ତ କୁମାର ନେତୃବୃନ୍ଦ ଭାଗ ନେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking