ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କଙ୍ଗୋରେ ଭୟାବହ ରୂପ ଧାରଣ କରିଛି ଇବୋଲା ମହାମାରୀ । କଙ୍ଗୋରେ ସଂକ୍ରମିତଙ୍କ ସଂଖ୍ୟା ୬୧ ହଜାର ଟପିଥିବା ବେଳେ ଏହି ମାରାତ୍ମକ ରୋଗ ୩ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି ।ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରୋଗ ଏଭଳି ଅଭୂତପୂର୍ବ ବେଗରେ ବ୍ୟାପୁଛି ଯାହାକୁ ରୋକିବା ସରକାରୀ ପ୍ରଶାସନ ପାଇଁ କଷ୍ଟକର ହୋଇପଡ଼ିଛି । କଙ୍ଗୋ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ମେ’ ମାସ ମଧ୍ୟଭାଗରେ ଏହାକୁ ବିଶ୍ବ ସ୍ବାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯିବା ପରଠୁ ୬ ହଜାର ୧୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦୦୭ଜଣ ପ୍ରାଣ ହରାଇଛନ୍ତି ।ଇତିହାସରେ ଏହା ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଭୂତାଣୁ ସଂକ୍ରମଣ ବୋଲି ଆମେରିକାର ସିଡିସି ରିପୋର୍ଟରେ ପ୍ରକାଶ ପାଇଛି। ବର୍ତମାନ ସୁଦ୍ଧା ଦେଶର ୬ଟି ପ୍ରଦେଶକୁ ଏହି ଭୂତାଣୁ ବ୍ୟାପି ସାରିଛି ।










