29.1 C
Bhubaneswar
Thursday, September 3, 2026
Homeଦେଶ ବିଦେଶକଙ୍ଗୋରେ ଇବୋଲା ମହାମାରୀର କରାଳ ରୂପ: ମୃତ୍ୟୁ ସଂଖ୍ୟା ୩୦୦୦ ପାର୍‌

କଙ୍ଗୋରେ ଇବୋଲା ମହାମାରୀର କରାଳ ରୂପ: ମୃତ୍ୟୁ ସଂଖ୍ୟା ୩୦୦୦ ପାର୍‌

ନୂଆଦିଲ୍ଲୀ : କଙ୍ଗୋ ଗଣରାଜ୍ୟରେ ଇବୋଲା ମହାମାରୀ ଏବେ ଭୟଙ୍କର ରୂପ ଧାରଣ କରିଛି । ଦେଶରେ ଇବୋଲା ସଂକ୍ରମଣ ଯୋଗୁଁ ମୃତ୍ୟୁ ସଂଖ୍ୟା ୩,୦୦୦ ଅତିକ୍ରମ କରିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ନାକେଦମ ହେଉଛନ୍ତି । କଙ୍ଗୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬,୧୦୦ ପାର କରିସାରିଛି । ଗତ ମେ ୧୫ ତାରିଖରେ ଇଟୁରି ପ୍ରଦେଶରେ ଏହି ରୋଗ ବ୍ୟାପିଥିବା ନେଇ ଆନୁଷ୍ଠାନିକ ଘୋଷଣା ହୋଇଥିଲା, ମାତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ପ୍ରକୋପ ପ୍ରକୃତରେ ଜାନୁଆରି ମାସରୁ ହିଁ ଆରମ୍ଭ ହୋଇଥାଇପାରେ ।ଏହି ପ୍ରକୋପ କଙ୍ଗୋ ଇତିହାସରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ଘାତକ ମହାମାରୀ ଭାବେ ଉଭା ହୋଇଛି । ଏହା ପୂର୍ବରୁ ୨୦୧୮-୨୦୨୦ ମସିହାରେ ହୋଇଥିବା ଭୟଙ୍କର ଇବୋଲା ସ୍ଥିତିକୁ ମଧ୍ୟ ଅତିକ୍ରମ କରିସାରିଛି । ବିଶେଷ କରି ବିରଳ ‘ବୁଣ୍ଡିବୁଗୟୋ’ ପ୍ରଜାତିର ଜୀବାଣୁ ଯୋଗୁଁ ଏହି ସଂକ୍ରମଣ ଅତ୍ୟନ୍ତ ଦ୍ରୁତ ଗତିରେ ବଢ଼ୁଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗ ଦେଶର ୬ଟି ପ୍ରଦେଶକୁ ବ୍ୟାପି ସାରିଛି ଏବଂ ଏହା ବିଶ୍ୱର ସବୁଠାରୁ ଦ୍ରୁତତମ ବୃଦ୍ଧି ପାଉଥିବା ଇବୋଲା ପ୍ରକୋପ ହୋଇ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking