31.1 C
Bhubaneswar
Thursday, September 3, 2026
Homeଓଡିଶାସେପ୍ଟେମ୍ବର ୮ରୁ ପୁଣି ବର୍ଷିବ !

ସେପ୍ଟେମ୍ବର ୮ରୁ ପୁଣି ବର୍ଷିବ !

ଭୁବନେଶ୍ବର: ସେପ୍ଟେମ୍ବର ୮ରୁ ପୁଣି ବର୍ଷିବ। ବିଶେଷକରି ଉତ୍ତର ଓଡ଼ିଶାରେ ୮ରୁ ୧୦ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ, ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ ବୋଲି ଆକଳନ କରିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ।

ସେ କହିଛନ୍ତି କେନ୍ଦ୍ରୀୟ ଭାରତରେ ସଦୃଷ୍ଟ ଲଘୁଚାପ ପୁଣି ଓଡ଼ିଶା ଆଡ଼କୁ ଫେରି ଘୂର୍ଣ୍ଣିବଳୟରେ ପରିଣତ ହେବ । ଆଉ ଏହାର ପ୍ରଭାବରେ ବର୍ଷା ହେବ । ତେବେ ବର୍ତ୍ତମାନ ୭ ତାରିଖ ପର୍ଯ୍ୟନ୍ତ ବିଶେଷ ବର୍ଷା ନାହିଁ। ଉପକୂଳ ଓଡ଼ିଶାରେ କେବଳ ଘଡ଼ଘଡ଼ି ଜନିତ ବର୍ଷା ହୋଇପାରେ। ଯେଉଁ ଅଂଚଳରେ ଅଧିକ ଗରମ ହେଉଛି ସେ ସ୍ଥାନରେ ହୁଏତ ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ନଦୀମାନଙ୍କରେ ଥିବା ପାଣି ମଧ୍ୟ ହ୍ରାସ ପାଇବ । ତେବେ ସେପ୍ଟେମ୍ବର ୧୨ ପରେ ପୁଣି ବର୍ଷାର ପରିମାଣ ବଢ଼ିପାରେ ବୋଲି କହିଛନ୍ତି ସୋଆ ସିଇସି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking