31.1 C
Bhubaneswar
Thursday, September 3, 2026
Homeଦେଶ ବିଦେଶଦିଲ୍ଲୀ ଜଳ ବୋର୍ଡ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

ଦିଲ୍ଲୀ ଜଳ ବୋର୍ଡ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଜଳ ବୋର୍ଡ ସହ ଜଡ଼ିତ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଗୁରୁବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ଜଳ ବୋର୍ଡର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍‌  ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଓ କଥିତ ଟେଣ୍ଡରର ହେରଫେର ଅଭିଯୋଗରେ ଏହି ମାମଲା ଚାଲିଛି ।ବିଶେଷ ବିଚାରପତି ଡିଗ୍ ବିନୟ ସିଂହ ଜୈନଙ୍କ ଜାମିନ ଆବେଦନ ଉପରେ ରାୟ ଶୁଣାଇଥିଲେ । କୋର୍ଟ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଏବଂ ଦୁଇଜଣ ଜାମିଦାରଙ୍କ ସର୍ତ୍ତରେ ତାଙ୍କୁ ଜାମିନ ଦେଇଛନ୍ତି । ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ଆଣ୍ଟି କରପ୍ସନ୍ ବ୍ରାଞ୍ଚ୍‌  ଅଗଷ୍ଟ ୧୮ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଦିଲ୍ଲୀ ଜଳ ବୋର୍ଡ ସିଇଓ ତଥା ଆଇଏଏସ ଅଧିକାରୀ ଉଦିତ ପ୍ରକାଶ ରାୟ ଏବଂ କିଛି ଠିକାଦାର ଓ ପରାମର୍ଶଦାତା ରହିଛନ୍ତି ।ଅଭିଯୋଗ ଅନୁସାରେ, ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍‌ ସମ୍ପର୍କିତ ଟେଣ୍ଡରରେ ନିୟମ ପରିବର୍ତ୍ତନ ଓ ଅନିୟମିତତା ମାଧ୍ୟମରେ କିଛି ସଂସ୍ଥାକୁ ଅନୁଚିତ ଲାଭ ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking