ନୂଆଦିଲ୍ଲୀ: ପୁଣି ଇଣ୍ଡିଗୋ ବିମାନର ଜରୁରୀ କାଳୀନ ଅବତରଣ । ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ ୬ଇ ୧୩୦୨ ଗୁରୁବାର ସକାଳେ ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଥିଲା । ଉଡାଣ ମଝିରେ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇପଡିଥିଲା । ଯାହା ଫଳରେ ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ବିମାନକୁ ମସ୍କଟକୁ ସ୍ଥାନାନ୍ତରିତ କରାଯାଇଥିଲ।। ବିମାନଟି ମସ୍କଟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ପରେ ପାଇଲଟଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ତାଙ୍କର ସ୍ଥିର ରହିଥିବା ଜଣାପଡିଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ବିମାନ କମ୍ପାନୀ ବେଙ୍ଗାଲୁରୁରୁ ମସ୍କଟକୁ ଦ୍ୱିତୀୟ ବିମାନ ଏବଂ ନୂତନ କର୍ମଚାରୀ ପଠାଇବାର ବ୍ୟବସ୍ଥା କରିଛି । ଯାହା ଫଳରେ ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚିପାରିବେ ।










