29.1 C
Bhubaneswar
Tuesday, September 1, 2026
Homeଓଡିଶାବର୍ଗର କିଙ୍ଗ ଓ KFCରେ ଫୁଡ୍ ସେଫ୍ଟି ଟିମ୍

ବର୍ଗର କିଙ୍ଗ ଓ KFCରେ ଫୁଡ୍ ସେଫ୍ଟି ଟିମ୍

ଭୁବନେଶ୍ୱର :  ରାଜଧାନୀରେ ଫୁଡ୍ ସେଫ୍ଟି ବିଭାଗର ବଡ଼ ଆକ୍ସନ୍। ବର୍ଗର କିଙ୍ଗ ଓ KFCରେ ଅତର୍କିତ ଚଢ଼ାଉ କରିଛି ଫୁଡ୍ ସେଫ୍ଟି ଟିମ୍ । ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ପାଲ୍ ହାଇଟ୍ସ ମଲ୍ ଭିତରେ ଥିବା ବର୍ଗର କିଙ୍ଗରେ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରାଯାଇଛି । ଫୁଡ୍ ସେଫ୍ଟି ଅଫିସର ସତ୍ୟଜିତ ପଟେଲଙ୍କ ନେତୃତ୍ୱରେ ଏହି ଯାଞ୍ଚ କରାଯାଇଛି ।କେବଳ ବର୍ଗର କିଙ୍ଗ ନୁହେଁ, ରାଜଧାନୀର ବିଭିନ୍ନ ଫ୍ରୋଜେନ୍ ଫୁଡ୍ ବିକ୍ରି ହେଉଥିବା ସ୍ଥାନରେ ମଧ୍ୟ ଚାଲିଛି ଚେକିଂ । ଏଥିପାଇଁ ୩ଟି ଟିମ୍ ଗଠନ କରାଯାଇ ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରାଯାଇଛି । ସେହିପରି KFCରେ ମଧ୍ୟ ଗୋଟିଏ ଟିମ୍ ପହଞ୍ଚି ଯାଞ୍ଚ କରିଛି । ଯାଞ୍ଚ ସମୟରେ KFCରୁ ପ୍ରାୟ ୬ କେଜି ବାସି ଫ୍ରୋଜେନ୍ ନନ୍‌ଭେଜ୍ ମିଳିଥିବା ବେଳେ ବର୍ଗର କିଙ୍ଗରୁ ପ୍ରାୟ ୧ କେଜି ଅଖାଦ୍ୟ ସାମଗ୍ରୀ ଚିହ୍ନଟ ହୋଇଥିବା ସୂଚନା ରହିଛି । ରାଜଧାନୀରେ ଫ୍ରୋଜେନ୍ ଫୁଡ୍‌ର ଗୁଣବତ୍ତା ଓ ଖାଦ୍ୟ ସୁରକ୍ଷାକୁ ନେଇ ଏହି ଯାଞ୍ଚ ଅଭିଯାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking