ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ଯାତ୍ରା ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ହୋଇଥିଲା । ମାନନୀୟ ବିରୋଧି ଦଳ ନେତା ରାହୁଗାନ୍ଧୀଙ୍କ ବିରୁଦ୍ଧରେ ଏକଛତ୍ରବାଦୀ ବିଜେପି ସରକାରର ମିଛ ଏଫ.ଆଇ.ଆର ରୁଜୁକୁ ନେଇ ସାରା ଦେଶରେ ପ୍ରତିବାଦ ଯାତ୍ରା ଅନୁଷ୍ଠିତ ହୋଇଛି । ସେହି ପରିପେକ୍ଷିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନାଙ୍କ ନେତୃତ୍ୱରେ ଏବଂ ମାନନୀୟ ଓପିସିସି ସଭାପତି ଭକ୍ତ ଚରଣ ଦାସ, ଏଆଇସିସି ଓଡ଼ିଶା ପ୍ରଭାରୀ ଲାଲ୍ଜୀ ଦେଶାଇ, ପୂର୍ବତନମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନାଙ୍କ ଉପସ୍ଥିତରେ ପ୍ରତିବାଦ ଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ରାହୁଲ ଗାନ୍ଧୀଙ୍କ ସ୍ୱାଭିମାନ ସହିତ ଖେଳିଲେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ପଡିବ ଏବଂ କଂଗ୍ରେସ ଶ୍ରୀ ଗାନ୍ଧୀଙ୍କ ସ୍ୱାଭିମାନ ସହିତ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଥିଲେ । ଆଗକୁ ଏହା ମହାଆନ୍ଦୋଳନର ରୂପ ନେବ ବୋଲି ଚେତାବନି ଦେଇଥିଲେ ।
ଆଜିର ଏହି ପ୍ରତିବାଦ ଯାତ୍ରାରେ କଂଗ୍ରେସର ନେତୃବୃନ୍ଦଙ୍କ ସହ ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, କିଶୋର ଜେନା, ଅରବିନ୍ଦ ଦାସ, ଦେବାଶିଷ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ମାନସ ରଞ୍ଜନ ଆଚାର୍ଯ୍ୟ, ସୂର୍ଯ୍ୟକାନ୍ତ ଜେନା, ତରୁଣକାନ୍ତ ମିଶ୍ର, ସତ୍ୟବ୍ରତ ନାୟକ, ମିହିର ଆଚାର୍ଯ୍ୟ, ନିରଞ୍ଜନ ନାୟକ, ଉଦ୍ଦିତ ପ୍ରଧାନ, ଦିପୁ ସାହୁ, ଭୁବନବିହାରୀ ସାହୁ, ରାଜକିଶୋର ବାରିକ, ଜୟକୃଷ୍ଣ ମାଲ୍ଲିଆ, ସୁନୀତା ବିଶ୍ୱାଳ, ଶ୍ରୀୟାସ୍ମିତା ପଣ୍ଡା, ଜବାମଣି ଟୁଡୁ, ଅକ୍ଷୟ ଦାସ, ହେଲେନା ବାଗେ, କ୍ଷିରୋଧ ଚନ୍ଦ୍ର ପାତ୍ର, ଲକ୍ଷ୍ମୀଧର ସିଂ, ଜୟକୃଷ୍ଣ ସୁବୁଧି, ଏମ୍ଡି ସାହାଦୁଲ୍ଲା, ଦେବାଶିଷ ମିଶ୍ର, ଜ୍ୟୋତିଷ ସାହୁ, ପ୍ରଶାନ୍ତ ଚମ୍ପତି, ଆରିୟନ ମହାପାତ୍ର, ଭାଗବତ ଜେନା, ଭି. ଭବାନୀ ଶଙ୍କର, ସୌର୍ୟକାନ୍ତ ସୁବୁଧି, ଏସ. ସାଇ ରାଓ ଓ ସଂନ୍ଧ୍ୟା ଦାସ ପ୍ରମୁଖ ଯୋଗଦାନ କରି ରାହୁଲ ଗାନ୍ଧୀଙ୍କ ପାଇଁ ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ଜଣାଇଥିଲେ ।










