29.1 C
Bhubaneswar
Monday, August 31, 2026
Homeଦେଶ ବିଦେଶଟ୍ରକକୁ ଧକ୍କା ଦେଲା ମିନିବସ: ୬ ମୃତ

ଟ୍ରକକୁ ଧକ୍କା ଦେଲା ମିନିବସ: ୬ ମୃତ

ଆସାମ: ଭୟଙ୍କର ବସ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ମିନିବସ । ଜୀବନ ହାରିଲେ ୬ ଯାତ୍ରୀ । ଆସାମର ସୋନାପୁରରେ ୨୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ରବିବାର ସନ୍ଧ୍ୟାରେ ମିନି ବସ ସହ ଟ୍ରକ ମୁହାଁମୁହିଁ ହୋଇଛି । ୨୭ ନମ୍ବର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ସୋନାପୁର ଆଡକୁ ଯାଉଥିବା ଏକ ମିନିବସ ସାମ୍ନାପଟୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଥିବା ଯାତ୍ରୀଙ୍କ ଚିତ୍କାର ଖୁବ ଦୂରକୁ ଶୁଭିଥିଲା । ଏହାପରେ ଆଖପାଖର ଲୋକେ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାର ଖବର ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମୃତାହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ଚିକିତ୍ସା ଜାରି ଥିବା ବେଳେ ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking