29.1 C
Bhubaneswar
Monday, August 31, 2026
Homeଓଡିଶାସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମେଟିଭ୍ ଆସେସମେଣ୍ଟ-୧

ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମେଟିଭ୍ ଆସେସମେଣ୍ଟ-୧

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସମେଟିଭ୍ ଆସେସମେଣ୍ଟ-୧ ଆୟୋଜନ ନେଇ ଓସେପାର ନିର୍ଦ୍ଦେଶ । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଶିଶୁ ବାଟିକା ୩ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମେଟିଭ୍ ଆସେସମେଣ୍ଟ-୧ ଆସନ୍ତା ସେପ୍ଟେମ୍ବର ମାସର ଚତୁର୍ଥ ସପ୍ତାହରେ କରାଯିବ । ଏନେଇ ସମସ୍ତ ଡିଇଓ ଏବଂ ଡିପିସିମାନଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ସମୟ ମଧ୍ୟରେ ପରୀକ୍ଷା ପ୍ରକ୍ରିୟା ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ପୂର୍ବରୁ ଜାରି ହୋଇଥିବା ଆସେସମେଣ୍ଟ ଫ୍ରେମୱାର୍କ ଫର୍‌ ସ୍କୁଲ ଏଜୁକେସନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏ ନିର୍ଦ୍ଦେଶକୁ ମୋଷ୍ଟ ଅର୍‌ଜେଣ୍ଟ ଭାବେ ଗୁରୁତ୍ୱ ଦିଆଯାଇଛି । ଚଳିତ ଶିକ୍ଷାବର୍ଷରେ ନୂଆ ମୂଲ୍ୟାୟନ ବ୍ୟବସ୍ଥା ଅନୁସାରେ ବିଦ୍ୟାର୍ଥୀଙ୍କ ଶିକ୍ଷଣ ଅଗ୍ରଗତିର ନିୟମିତ ଆକଳନ ଉପରେ ଗୁରୁତ୍ୱ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking