28.1 C
Bhubaneswar
Monday, August 31, 2026
Homeଦେଶ ବିଦେଶଗଙ୍ଗା ଏକ୍ସପ୍ରେସୱେରେ ଥାର୍‌ର ଭୟଙ୍କର ଦୁର୍ଘଟଣା:୪ ମୃତ

ଗଙ୍ଗା ଏକ୍ସପ୍ରେସୱେରେ ଥାର୍‌ର ଭୟଙ୍କର ଦୁର୍ଘଟଣା:୪ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁଡ଼ରେ ଗଙ୍ଗା ଏକ୍ସପ୍ରେସୱେରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ଏକ ଥାର୍‌ ଅନିୟନ୍ତ୍ରିତ ହୋଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଚାରି ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆଉ ଜଣେ ୧୭ ବର୍ଷୀୟ ଯୁବକ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ହାପୁଡ଼ ଜିଲ୍ଲାର ସିମ୍ଭାୱଲି ଥାନା ଅଞ୍ଚଳରେ ଗଙ୍ଗା ଏକ୍ସପ୍ରେସୱେରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଥାର୍‌ରେ କିଛି ଯୁବକ ଯାଉଥିବା ବେଳେ ହଠାତ୍ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାର ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ସିଖେଡ଼ା ଚିକିତ୍ସାଳୟରେ ଥିବା ସିଏଚ୍‌ସିକୁ ନିଆଯାଇଥିଲା ।ସେଠାରେ ଡାକ୍ତର ଚାରି ଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଜଣେ ୧୭ ବର୍ଷୀୟ ଯୁବକଙ୍କ ଚିକିତ୍ସା ଜାରି ରହିଛି । ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରିଟି ପରିବାରର ଚାରି ଜଣ ଯୁବକଙ୍କ ଜୀବନ ଚାଲିଯିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଓ ଗାଡ଼ିର ବେଗ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking