31.1 C
Bhubaneswar
Friday, August 28, 2026
Homeଓଡିଶାଶିମିଳିପାଳରୁ ଖୁସିଖବର! ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର

ଶିମିଳିପାଳରୁ ଖୁସିଖବର! ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର

କେନ୍ଦ୍ରାପଡା: ଶିମିଳାପାଳରୁ ଆସିଲା ଖୁସିଖବର । ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର। ଶିମିଳାପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିବା ବାଘୁଣୀ ‘ଜିନ୍ନତ୍’ ଶିମିଳାପାଳ ଜଙ୍ଗଲରେ ନିଜର ସ୍ଥାନ ସଫଳତାର ସହ ସ୍ଥାପନ କରିବା ସହ ସନ୍ତାନ ଜନ୍ମ କରିଛି । ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଏହାର ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟବହାର ହେଉଥିବା ରେଡ଼ିଓ କଲରକୁ ହଟାଇବାକୁ ନିଷ୍ପତ୍ତି ନେଇଛି । ଶିମିଳାପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନେନୀଙ୍କ ସୂଚନା ଅନୁଯାୟୀ, ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ବାଘୁଣୀ ଜିନ୍ନତ୍ ବେକରୁ ରେଡ଼ିଓ କଲରକୁ ବାହାର କରାଯିବ । ଏହି ରେଡ଼ିଓ କଲରକୁ କୌଣସି ପ୍ରକାର ଟ୍ରାଙ୍କୁଲାଇଜେସନ୍ ବା ବେହୋସ୍ ନକରି ଦୂରରୁ ଟେକ୍ନୋଲୋଜି ମାଧ୍ୟମରେ ଅପସାରଣ କରାଯିବ ବୋଲି ଜଣାପଡ଼ିଛି । ବାଘୁଣୀ ଏବଂ ତା’ର ଛୁଆମାନେ ସଫଳତାର ସହ ଜଙ୍ଗଲରେ ବଢୁଥିବାରୁ ଏବଂ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହାସଲ ହୋଇସାରିଥିବାରୁ ଏହାକୁ ନିୟମିତ ଟ୍ରାକ୍ କରିବା ଆବଶ୍ୟକ ନାହିଁ ବୋଲି ବନ୍ୟପ୍ରାଣୀ ଅଧିକାରୀମାନେ ମତ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking