ଭୁବନେଶ୍ୱର: ସୁଭଦ୍ରା କିସ୍ତି ପ୍ରଦାନ ବେଳେ ପୂର୍ବ ସରକାରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଗତ ୨୪ ବର୍ଷର ଶାସନରେ ଏହା କେବଳ ସ୍ଲୋଗାନରେ ସୀମିତ ଥିଲା । କିଛି ଏସଏଚଜି ମହିଳାଙ୍କୁ ଋଣ ଦେଇ ସେତିକିରେ ଅଟକି ଯାଇଥିଲେ । ମାତ୍ର ଆମ ସରକାର ୨ ବର୍ଷ ଭିତରେ ମହିଳାଙ୍କୁ ସଶକ୍ତ ପାଇ ଉଦ୍ୟମ କରିଛନ୍ତି । ମହିଳା ସଶକ୍ତୀକରଣ କେବଳ ଋଣ ଟଙ୍କାରେ ହୁଏ ନାହିଁ । ଏଥିପାଇଁ ଆମ ସରକାର ପ୍ରଥମ କ୍ୟାବିନେଟରେ ସୁଭଦ୍ରା ଯୋଜନା ଆରମ୍ଭ କଲୁ । ସୁଭଦ୍ରା ପାଇଁ ଆମେ ବର୍ଷକୁ ୧୧ ହଜାର କୋଟି ବ୍ୟୟ କରୁଛୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।










