28.1 C
Bhubaneswar
Thursday, August 27, 2026
Homeଦେଶ ବିଦେଶନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୩୨କୁ ବୃଦ୍ଧି

ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୩୨କୁ ବୃଦ୍ଧି

କାଠମାଣ୍ଡୁ: ନେପାଳର ରସୁୱା ଅଞ୍ଚଳରେ ଗତକାଲି ଆସିଥିବା ପ୍ରଳୟକାରୀ ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୩୨ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଏହ ବିପର୍ଯ୍ୟରେ ଏପର୍ଯ୍ୟନ୍ତ ୧୫୦୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ପରିବହନ ଏବଂ ଯୋଗାଯୋଗ ଭିତ୍ତିଭୂମି ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସରକାରୀ ତଥ୍ୟ ଅନୁସାରେ ୩୫ଟି ପୋଲ ଧୋଇଯାଇଛି। ଫଳରେ ଯୋଗାଯୋଗ ପାଇଁ ବଡ଼ ଅସୁବିଧା ହୋଇଛି।

ଏହି ଘଟଣାରେ ୧୩ଟି ଜଳବିଦ୍ୟୁତ ପ୍ରକଳ୍ପକୁ କ୍ଷତି ପହଞ୍ଚାଇଛି। ଅନେକ ଯାନବାହନ ମଧ୍ୟ ଭସାଇ ନେଇଛି। ନେପାଳ ସେନା ପ୍ରଭାବିତ ଅଞ୍ଚଳରୁ ୨୫୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ଏଥିରେ କିଛି ଭାରତୀୟ ମଧ୍ୟ ଅଛନ୍ତି। ଏହାରି ମଧ୍ୟରେ ଭାରତ ସରକାର ସତର୍କ ଅଛନ୍ତି। ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ପ୍ରଶାସନ ସତର୍କ ଅଛନ୍ତି। ଗଣ୍ଡକ, ନାରାୟଣୀ ଏବଂ କୋଶୀ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ଉତ୍ତରପ୍ରଦେଶର ମହାରାଜଗଂଜ ଏବଂ କୁଶୀନଗର ସମତେ ବିହାରର ସମ୍ବେଦନଶୀଳ ଅଞ୍ଚଳରେ ପ୍ରଶାସନକୁ ଆଲର୍ଟ ରହିବା ପାଇଁ ପରାମର୍ଶ ଜାରି କରାଯାଇଛି।

ଗୃହ ମନ୍ତ୍ରାଳୟ ସମତେ ଅନେକ କେନ୍ଦ୍ରୀୟ ମନ୍ତ୍ରାଳୟ ଲଗାତାର ସ୍ଥିତି ଉପରେ ନଜର ରଖୁଛନ୍ତି। ବିହାରର ୬ଟି ଜିଲ୍ଲାରେ ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ନେପାଳକୁ ସହାୟତା ଯୋଗାଇବା ପାଇଁ ଭରସା ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ବିପଦ ସମୟରେ ଭାରତୀୟ ଲୋକେ ନେପାଳର ଭାଇ-ଭଉଣୀଙ୍କ ସହିତ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking