28.1 C
Bhubaneswar
Thursday, August 27, 2026
Homeଓଡିଶାଆସୁଛି ଆଉ ଏକ ଲଘୁଚାପ !

ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ଅଗଷ୍ଟ ୨୯ ବେଳକୁ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ଜୁନ୍‌ ୧ ରୁ ବୁଧବାର (ଅଗଷ୍ଟ ୨୬) ଯାଏଁ ରାଜ୍ୟରେ ସ୍ବାଭାବିକ ବର୍ଷାଠାରୁ ୨୮% ଅଧିକ ବର୍ଷା ହୋଇଛି। ରାଜ୍ୟର ୪ଟି ଜିଲା ଯଥା ବରଗଡ଼, ବୌଦ୍ଧ, ସୋନପୁର ଏବଂ ବାଲେଶ୍ୱରରେ ସ୍ବାଭାବିକ ତୁଳନାରେ ଅତ୍ୟଧିକ ବର୍ଷା ହୋଇଛି। ସେହିପରି ୧୮ଟି ଜିଲା ଯଥା ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୁରଭଞ୍ଜ ଅଧିକ ଏବଂ ଅବଶିଷ୍ଟ ୮ ଜିଲାରେ ସ୍ବାଭାବିକ ବର୍ଷା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking