33.1 C
Bhubaneswar
Thursday, August 27, 2026
Homeଓଡିଶାଆଜି ବଡ଼ ସାଆନ୍ତଙ୍କ ଜନ୍ମୋତ୍ସବ! ଚଳଚଞ୍ଚଳ ତୁଳସୀ କ୍ଷେତ୍ର

ଆଜି ବଡ଼ ସାଆନ୍ତଙ୍କ ଜନ୍ମୋତ୍ସବ! ଚଳଚଞ୍ଚଳ ତୁଳସୀ କ୍ଷେତ୍ର

ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ । ରକ୍ଷାବନ୍ଧନ ସହ ଆଜି ପାଳିତ ହେଉଛି ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ପବିତ୍ର ଜନ୍ମୋତ୍ସବ ।ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ତୁଳସୀ କ୍ଷେତ୍ର । ପ୍ରଭୁଙ୍କ ଜନ୍ମୋତ୍ସବ ପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯାଇଛି  । ବିଭିନ୍ନ ପାରମ୍ପରିକ ନୀତିକାନ୍ତି ସହ ପ୍ରଭୁଙ୍କ ନିକଟରେ ଏକ ଲକ୍ଷ ତୁଳସୀ ପତ୍ର ଅର୍ପଣ କରାଯିବ। ଏଥିସହ ଯଜ୍ଞରେ ପ୍ରାୟ ତିନି ଲକ୍ଷ ଆହୁତି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି  ।ଜନ୍ମୋତ୍ସବ ସହ ଆଜି ଗହ୍ମାପୂର୍ଣ୍ଣମୀ ଓ ରକ୍ଷାବନ୍ଧନ ମଧ୍ୟ ଥିବାରୁ ତୁଳସୀ କ୍ଷେତ୍ରରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ରହିଛି ଆଉ ଏକ ବିଶେଷ ପରମ୍ପରା ।  ପୁରୀ ଶ୍ରୀମନ୍ଦିରରୁ ଆସିଥିବା ସ୍ୱତନ୍ତ୍ର ରାକ୍ଷୀ ପ୍ରଭୁ ବଳଦେବଜୀଉ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ବନ୍ଧାଯିବ । ଏହି ପବିତ୍ର ପରମ୍ପରା ଭାଇ-ଭାଇଙ୍କ ସ୍ନେହ ଓ ଭାତୃତ୍ୱର ପ୍ରତୀକ ଭାବେ ପାଳିତ ହୋଇଆସୁଛି ।ପ୍ରଭୁଙ୍କ ଜନ୍ମୋତ୍ସବ ଅବସରରେ ତୁଳସୀ କ୍ଷେତ୍ରରେ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ । ହଜାର ହଜାର ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ଏଠାରେ ପହଞ୍ଚୁଥିବା ବେଳେ, ଜନ୍ମୋତ୍ସବକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ତୁଳସୀ କ୍ଷେତ୍ରରେ ଭକ୍ତିର ଉତ୍ସବ, ପ୍ରଭୁ ବଳଦେବଜୀଉଙ୍କ ଜନ୍ମୋତ୍ସବର ଉତ୍ସାହ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking