ଭୁବନେଶ୍ବର: ନାବାଳକକୁ ଛୁରି ଭୁସି ହତ୍ୟା କଲା ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।ପ୍ରକାଶ ଯେ, ବୁଧବାର ରୋତ ଗାଁର ଦୁଇ ନାବାଳକଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା କ୍ରମଶ ଉଗ୍ରରୂପ ନେଇଥିଲା । ଏତେ ଜୋରରେ ଏହା ହୋଇଥିଲା ଯେ ଜଣେ ଅନ୍ୟ ଜଣଙ୍କୁ ଛୁରି ଭୁସିବାକୁ ପଛେଇ ନଥିଲେ । ଫଳରେ ଜଣଙ୍କର ମୃତ୍ୟ ଘଟିଛି । ମୃତକ ହେଲେ ସାହିଲ ପଟେଲ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏହି ବଚସା ହୋଇଥିଲା ତା‘ର କାରଣ ଜାଣିବାକୁ ପୋଲିସ ଚେଷ୍ଟା କରୁଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।










