ଭୁବନେଶ୍ୱର: ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟକୁ ନେଇ ଉଠିଛି ସାଂଘାତିକ ଅଭିଯୋଗ । ଏହା ହତ୍ୟା, ନା ଆତ୍ମହତ୍ୟା. ତାହାକୁ ନେଇ ଏବେ ବଡ ଚର୍ଚ୍ଚା ଜୋର ଧରିଛି । ଘଟଣା ଘଟିଛି ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ । ମୃତ ମହିଳା ହେଉଛନ୍ତି ଲିଜାରାଣୀ ପାତ୍ର । ତାଙ୍କ ସ୍ୱାମୀଙ୍କ ନାଁ କ୍ଷିତୀଶ ପାତ୍ର । ମହିଳାଙ୍କ ମୃତଦେହ ବେକରେ ଲୁଗା ଲଗାଇ ଝୁଲନ୍ତା ଅବସ୍ଥାରେ ମିଳିଥିବା ସୂଚନା ମିଳିଛି । ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପରକୀୟା ସନ୍ଦେହରୁ ଘଟଣା ଘଟିଥିବା କୁହାଯାଉଛି । ସେମାନେ ଏହାକୁ ଯୌତୁକଜନିତ ବଧୂ ହତ୍ୟା ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମୃତକଙ୍କ ବାପାଙ୍କ ଅଭିଯୋଗ ଅନୁସାରେ , ବିବାହ ପରଠାରୁ ତାଙ୍କ ଝିଅ ଙ୍କ ଶାଶୁଘର ଲୋକେ ୧୦ ଲକ୍ଷ ଟଙ୍କା , ଗାଡି ଓ ଆସବାବପତ୍ର ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏନେଇ ପୂର୍ବରୁ ଥାନାରେ ସମାଧାନ ମଧ୍ୟ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି । ହେଲେ ଶେଷରେ ତାଙ୍କ ଝିଅକୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବାପା । ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହାସହ ଅଭିଯୁକ୍ତ ସ୍ୱାମୀ କ୍ଷୀତୀଶ, ଶାଶୁ ଓ ଶ୍ୱଶୁରଙ୍କ ସମେତ ମୋଟ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛିି ।










