31.1 C
Bhubaneswar
Wednesday, August 26, 2026
Homeଓଡିଶାକୋମନା ତହସିଲଦାର ଓ ଏଆରଆଇ ସସପେଣ୍ଡ

କୋମନା ତହସିଲଦାର ଓ ଏଆରଆଇ ସସପେଣ୍ଡ

ନୂଆପଡା: ନୂଆପଡା ଜିଲ୍ଲା କୋମନା ତହସିଲ ଚାନ୍ଦୋପଲା ଗାଁର ସତ୍ୟନାରାୟଣ ପ୍ରଧାନ ଓ ଭଉଣୀ କୁମୁଦୁନୀ ପ୍ରଧାନଙ୍କ ଅଜାଣତରେ ଜମି ବିକ୍ରି କରିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ଏହି ଘଟଣାରେ ରାଜ୍ୟ ସରକାର କୋମନା ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ନିଲମ୍ବନ କରିଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନର ନେଇ କୋମନା ତହସିଲ ଅଫିସର ସହକାରୀ ରାଜସ୍ୱ ନୀରୀକ୍ଷକ ରାମନାଥ ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି । ସୂଚନା ଯୋଗ୍ୟ, ମୌଜା ଚାନ୍ଦୋପଲା କର୍ଡ ହୋଇଥିବା ୪ ରେକର୍ଡ ଏକର ୪୦ ଡିସିମିଲ ଜମି ଠକେଇ ଘଟଣାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତା ଆରମ୍ଭ କରିଥିଲେ । ତଦନ୍ତରେ କୋମନା ତହସିଲ ଅଫିସର ସହକାରୀ ରାଜସ୍ୱ ନୀରୀକ୍ଷକ ରାମନାଥ ମିଶ୍ର ଏଥିରେ ସଂପୃକ୍ତ ରହିଥିବା ଅନେକ ଜିଲ୍ଲାପାଳ ଶ୍ରୀ ରଇତା ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଇଥିଲେ । ଏହାପରେ ନିୟମ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ନିମ୍ନ ସ୍ୱାକ୍ଷରକାରୀ କୋମନା ତହସିଲର ସହକାରୀ ରାଜସ୍ୱ ନୀରୀକ୍ଷକ ରାମନାଥ ମିଶ୍ରଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି । ଏହି ଆଦେଶ ବଳବତ୍ତର ଥିବା ସମୟ ମଧ୍ୟରେ ସହକାରୀ ରାଜସ୍ୱ ନୀରୀକ୍ଷକ ଶ୍ରୀ ମିଶ୍ର ବୋଡେନ ତହସିଲଦାର କାର୍ଯ୍ୟାଳୟରେ ରହିବେ ଅଧିକାରୀଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking