33.1 C
Bhubaneswar
Tuesday, August 25, 2026
Homeଓଡିଶାବିଷାକ୍ତ ସାପ କାମୁଡ଼ାରେ ଅଜା-ନାତିଙ୍କ ମୃତ୍ୟୁ

ବିଷାକ୍ତ ସାପ କାମୁଡ଼ାରେ ଅଜା-ନାତିଙ୍କ ମୃତ୍ୟୁ

ବଣାଇଁ : ସୁନ୍ଦରଗଡ଼ ଜିଲା  ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ସୂଚନା ଅନୁଯାୟୀ, ତିଲେଇମାଳ କଟେଇ ଭୂୟାଁ ବସ୍ତିରେ  ସୋମବାର ରାତିରେ ରବି ଭୂୟାଁ (୭୬) ଓ ତାଙ୍କ ନାତି ସଞ୍ଜୟ ନାଏକ (୮) ଘରେ ଶୋଇଥିଲେ। ତେବେ ରାତିରେ ଘର ଭିତରେ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ିଥିବା ସନ୍ଦେହ କରାଯାଉଛି।  ସକାଳେ ଦୀର୍ଘ ସମୟ ଧରି ଦୁହେଁ ଶୋଇଥିବା ଦେଖି ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଯାଞ୍ଚ କରିବାରୁ ଦୁହେଁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା।

ଘଟଣା ସମ୍ପର୍କରେ ପରିବାର ଲୋକେ ଟିକାୟତପାଲୀ  ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଟିକାୟତପାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହ ଉଦ୍ଧାର କରିବା ପରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ଦେଇଛି।ଏହି ଦୁଃଖଦ ଘଟଣା ପରେ ତିଲେଇମାଳ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking