କନ୍ଧମାଳ : କନ୍ଧମାଳ ଜିଲା ଗୋଛାପଡା ଥାନା ନେଡିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଦମ୍ପତିଙ୍କ ଘର କନ୍ଧମାଳ ଜିଲ୍ଲା ନେଡିପଙ୍ଗାରେ । ମିଳିଥିବା ସୂଚନା ଅନୁସାରେ, ନିଃସନ୍ତାନ ଦମ୍ପତ୍ତି ବାଲିଗୁଡା ଅଞ୍ଚଳର ଜଣେ ଗୁଣିଆ ଠାରୁ ଔଷଧ ଆଣି ଖାଇଥିଲେ । ପରେ ଦୁହେଁ, ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ହେବାରୁ ଏମକେସିଜି ମେଡିକାଲ ପଠାଯାଇଥିଲା । ମଙ୍ଗଳବାର ଏମକେସିଜି ରେ ସ୍ୱାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଏନେଇ ଗାଁରେ ଶଓକର ଛାୟା ଖେଳିଯାଇଛି । ଅନ୍ୟପକ୍ଷେ ଗୁଣିଆଙ୍କ କୌଣସି ପତ୍ତା ମିଳିପାରିନାହିଁ ।










