27.1 C
Bhubaneswar
Monday, August 24, 2026
Homeଓଡିଶାରାଜ୍ୟପାଳଙ୍କୁ ଭେଟିଲେ ମାଉଣ୍ଟ ୟୁନାମ ଆରୋହଣକାରୀ ମହିଳା ଦଳ

ରାଜ୍ୟପାଳଙ୍କୁ ଭେଟିଲେ ମାଉଣ୍ଟ ୟୁନାମ ଆରୋହଣକାରୀ ମହିଳା ଦଳ

ଭୁବନେଶ୍ୱର: ହିମାଚଳ ପ୍ରଦେଶର ୬,୧୧୧ ମିଟର ଉଚ୍ଚ ମାଉଣ୍ଟ ୟୁନାମ ଶୃଙ୍ଗ ସଫଳତାର ସହ ଆରୋହଣ କରିଥିବା ଓଡ଼ିଶାର ମହିଳା ପର୍ବତାରୋହୀ ଦଳ ସୋମବାର ଦିନ ଲୋକ ଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଦଳର ସଫଳତା ପାଇଁ ସମସ୍ତ ସଦସ୍ୟଙ୍କୁ ରାଜ୍ୟପାଳ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଅଭିଯାନ ସମୟରେ ସେମାନେ ସାମ୍ନା କରିଥିବା ଆହ୍ୱାନ ଓ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ। ଦଳର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ମାଉଣ୍ଟ ୟୁନାମ ଶୃଙ୍ଗରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ୬ ଜଣଙ୍କୁ ମଝିରୁ ଫେରିବାକୁ ପଡ଼ିଥିଲା।

ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ରାଜ୍ୟପାଳ କହିବା ସହ ଏହା ଅଧିକ ମହିଳାଙ୍କୁ ପର୍ବତାରୋହଣ ଓ ଅନ୍ୟାନ୍ୟ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଦଳର ସଦସ୍ୟମାନଙ୍କ ଦୃଢ଼ ସଙ୍କଳ୍ପ, ସାହସ ଓ ଉତ୍ସାହକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ଆସୋସିଏସନ ଫର ଆଡଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍ (AASA)ର ଉପସଭାପତି ଶ୍ରୀ ହରେଶ କୁମାର ମିଶ୍ର ଏବଂ ସଂଘର ସମ୍ପାଦକ ତଥା ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking