27.1 C
Bhubaneswar
Monday, August 24, 2026
Homeଓଡିଶାଲାଭରେ ଚାଲୁଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ କାହା ସ୍ୱାର୍ଥରେ ଘରୋଇକରଣ: ବିଜେଡି

ଲାଭରେ ଚାଲୁଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ କାହା ସ୍ୱାର୍ଥରେ ଘରୋଇକରଣ: ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ ଦେଇ ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସ କରିଛନ୍ତି । ଯାହାକୁ ନେଇ ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିଜେପି ସରକାର ଉପରେ ବର୍ଷିଛନ୍ତି । ଶ୍ରୀ ମିଶ୍ର କହିଥିଲେ ଯେ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ ସଂସ୍ଥାକୁ ଲିଜ୍ ସୂତ୍ରରେ ଦେବାକୁ କେନ୍ଦ୍ରର ବିଜେପି ସରକାର ଅନୁମୋଦନ କରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ କର୍ଣ୍ଣାଟକର ହୁବଲି ବିମାନବନ୍ଦରକୁ ଯୋଡି ପିପିପି ମୋଡ୍ରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବିଜେପି ସରକାର ଅନୁମୋଦନ କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ବିମାନ ବନ୍ଦରକୁ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରିବା ଅତ୍ୟନ୍ତ ନିନ୍ଦନୀୟ । ଯେଉଁ ସରକାରୀ ସଂସ୍ଥାର ଲାଭ ହୋଇନଥାଏ, ତାହାକୁ ଘରୋଇ ସଂସ୍ଥାକୁ ଲିଜ୍ ପ୍ରଦାନ କରାଯାଇଥାଏ ।

କିନ୍ତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାରତର ଏକ ଲାଭନ୍ୱିତ ବିମାନ ବନ୍ଦର । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ୫୦୦୦ରୁ ୭୦୦୦କୋଟି ଟଙ୍କାର ହେବ । ଉକ୍ତ ବିମାନ ବନ୍ଦର ଦ୍ୱାରା ବର୍ଷକୁ ପ୍ରାୟ ୫୦ ଲକ୍ଷ ଲୋକେ ଗମନାଗମନ କରିଥାଆନ୍ତି । ୨୦୨୨-୨୩ରେ ଉକ୍ତ ବିମାନ ବନ୍ଦରରୁ କେନ୍ଦ୍ର ସରକାର ୨୩୮କୋଟି ଟଙ୍କାର ଲାଭ ପାଇଥିଲେ । ଆଗକୁ ଏହା ପ୍ରାୟ ୫୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଲାଭ ପ୍ରଦାନ କରିବ । ଏହାର ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନେକ ଯୋଗଦାନ ରହିଛି । କିନ୍ତୁ ତାହାକୁ ୫୦ ବର୍ଷ ପାଇଁ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରିବା ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଉନ୍ନତିକରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସହ ଅଧିକ ଟର୍ମିନାଲ ନିର୍ମାଣ କରିବା ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ବିମାନ ବନ୍ଦରର ଉନ୍ନତି ନିମନ୍ତେ ଟଙ୍କା ବିନିଯୋଗ କରିଲେ ଆହୁରି ଲାଭାନ୍ୱିତ ହେବେ । ତେବେ ତାହା ନକରି ଏକ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରି ବିମାନବନ୍ଦରକୁ ଲିଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କାହା ସ୍ୱାର୍ଥରେ ବିମାନ ବନ୍ଦର ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସ କରୁଛନ୍ତି ? କେନ୍ଦ୍ର ବିଜେପି ସରକାର ତୁରନ୍ତ ଏହି ଆଦେଶକୁ ରଦ୍ଦ କରନ୍ତୁ । ନଚେତ୍ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ବିଜୁ ଜନତା ଦଳ ଜୋରଦାର ଆନେ୍ଦାଳନ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking