29.1 C
Bhubaneswar
Saturday, August 22, 2026
Homeଦେଶ ବିଦେଶଓଲା-ଉବେର-ରାପିଡୋ ପାଇଁ କଡ଼ା ନିୟମ!

ଓଲା-ଉବେର-ରାପିଡୋ ପାଇଁ କଡ଼ା ନିୟମ!

ନୂଆଦିଲ୍ଲୀ: ଓଲା, ଉବେର, ରାପିଡୋ ସମେତ ଆପ୍ ଆଧାରିତ ଯାତ୍ରୀ ସେବା ଯୋଗାଉଥିବା ଯାନଗୁଡ଼ିକ ଉପରେ ଏବେ ଲାଗିବାକୁ ଯାଉଛି ପରିବହନ ବିଭାଗର କଟକଣା । ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ପରିବହନ ବିଭାଗ ପକ୍ଷରୁ ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଯାଉଛି ।  ନୂତନ ନିୟମ ଅନୁଯାୟୀ, ଓଲା, ଉବେର ଏବଂ ରାପିଡୋ ଭଳି ଏଗ୍ରିଗେଟର୍ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ । ସେହିପରି, ଏହି କମ୍ପାନିଗୁଡ଼ିକ ସହିତ କାମ କରୁଥିବା ଡ୍ରାଇଭରମାନଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ରହିବା ଆବଶ୍ୟକ ।ଏହାଛଡ଼ା ସେମାନଙ୍କ ପାଖରେ ବ୍ୟାଚ୍ ରହିବା ମଧ୍ୟ ଜରୁରୀ ଅଟେ । ଡ୍ରାଇଭରମାନଙ୍କ ପାଇଁ ସ୍ଥାନୀୟ ଭାଷାର ଜ୍ଞାନ ରହିବା ବାଧ୍ୟତାମୂଳକ କରାଯାଇଛି । ବ୍ୟାଚ୍ ପାଇଁ ଆବେଦନ କରିବା ସମୟରେ ଡ୍ରାଇଭରଙ୍କୁ ଯେଉଁ ସହରରେ ସେବା ଯାତ୍ରୀ ଦେବାକୁ ଚାହୁଁଛନ୍ତି, ସେଠାକାର ୧୫ ବର୍ଷର ବାସିନ୍ଦା ପ୍ରମାଣପତ୍ର  ଦେବାକୁ ପଡ଼ିବ। ଏଥିସହିତ ପୁଲିସ ଭେରିଫିକେସନ୍ ରିପୋର୍ଟ ମଧ୍ୟ ଜମା କରିବାକୁ ହେବ । ଏହାସହିତ ଜାଲ୍ କାଗଜପତ୍ର ଜରିଆରେ ଲାଇସେନ୍ସ ହାସଲ କରିଥିବା ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟ୍ୟାକ୍ସି ଏବଂ ଅଟୋ ରିକ୍ସା ପରେ ଏବେ ଏହି ସମସ୍ତ ଆପ୍ କ୍ୟାବ୍ ପାଇଁ ବିଭାଗ କଡ଼ା ନିୟମ ଆଣିଛି ।

 

ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ

ଏଗ୍ରିଗେଟର୍ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣରୁ ଲାଇସେନ୍ସ ନେବା ସମ୍ପୂର୍ଣ୍ଣ ବାଧ୍ୟତାମୂଳକ
ଡ୍ରାଇଭରଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ, ବ୍ୟାଚ୍ ଏବଂ ବ୍ୟବହାରିକ ସ୍ଥାନୀୟ ଭାଷାର ଜ୍ଞାନ ରହିବା ଆବଶ୍ୟକ
ବ୍ୟାଚ୍ ପାଇଁ ଆବେଦନ କଲାବେଳେ ୧୫ ବର୍ଷର ବାସିନ୍ଦା ପ୍ରମାଣପତ୍ର ଦରକାର
ଏହାସହିତ ପୋଲିସ ଭେରିଫିକେସନ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ
କୌଣସି ଡ୍ରାଇଭର କ୍ରମାଗତ ଭାବେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଗାଡ଼ି ଚଳାଇ ପାରିବେ ନାହିଁ
ଯାତ୍ରୀ ଦେଉଥିବା ମୋଟ ଭଡ଼ାର ଅତିକମ୍‌ରେ ୮୦ ପ୍ରତିଶତ ଅର୍ଥ ସିଧାସଳଖ ଡ୍ରାଇଭରଙ୍କ ପାଖକୁ ଯିବ
ସମସ୍ତ ଯାନଗୁଡ଼ିକ ଉପରେ ଅନଲାଇନ୍ ନଜର ରଖାଯିବ
ସେହିପରି ଆପ୍‌ଗୁଡ଼ିକରେ ସ୍ଥାନୀୟ ଭାଷା ସହ ହିନ୍ଦୀ ଏବଂ ଇଂରାଜୀ ଭାଷାର ସୁବିଧା ରହିବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking