28.1 C
Bhubaneswar
Saturday, August 22, 2026
Homeଓଡିଶାବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ IPS ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ୬ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବଦଳି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅଦଳବଦଳ ନିର୍ଦ୍ଦେଶନାମା ଜାରି ହୋଇଛି ।

  1. ବରିଷ୍ଠ ଆଇପିଏସ୍ ଅଧିକାରୀ ହିମାଂଶୁ କୁମାର ଲାଲ୍ ପୂର୍ବରୁ ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଭାବେ କାର୍ଯ୍ୟରତ ଥିଲେ, ତାଙ୍କୁ ଭୁବନେଶ୍ୱରସ୍ଥିତ ଇଓଡବ୍ଲ୍ୟୁ ଏବଂ ଏସ୍‌ଟିଏଫ୍ (STF)ର ଆଇଜି ଭାବେ ନୂତନ ଦାୟିତ୍ୱ ଦିଆଯାଇଛି ।

2. ସେହିପରି ତାଳଚେର ଏନ୍‌ସିଆର୍ ଆଇଜି ତଥା ଅନୁଗୋଳ ପିଟିସି ପ୍ରିନ୍ସିପାଲ୍ ଦାୟିତ୍ୱ ତୁଲାଉଥିବା ସତ୍ୟବ୍ରତ ଭୋଇଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।

3. ଅନ୍ୟପକ୍ଷରେ, ଇଣ୍ଟେଲିଜେନ୍ସ ଆଇଜି ଥିବା ଜୟ ନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି ।

4. ନୀତି ଶେଖରଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ନିଯୁକ୍ତି ମିଳିଛି ।

5. ଡିଆଇଜି ଥିବା ଚରଣ ସିଂହ ମୀନାଙ୍କୁ ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି ।

6. କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରି ଗୃହ ବିଭାଗରେ ଯୋଗ ଦେଇଥିବା ବରିଷ୍ଠ ଅଧିକାରୀ ଆଶିଷ କୁମାର ସିଂହଙ୍କୁ ତାଳଚେର ଡିଆଇଜି ତଥା ଅନୁଗୋଳସ୍ଥିତ ପୁଲିସ ଟ୍ରେନିଂ କଲେଜର ପ୍ରିନ୍ସିପାଲ୍ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking