28.1 C
Bhubaneswar
Friday, August 21, 2026
Homeଓଡିଶାଓଲଟିଲା ଶ୍ରମିକ ବୋଝେଇ ପିକଅପ୍: ୧୮ ଆହତ

ଓଲଟିଲା ଶ୍ରମିକ ବୋଝେଇ ପିକଅପ୍: ୧୮ ଆହତ

ରାୟଗଡ଼ା: ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ । ୧୦ ଆହତ ହୋଇଥିବା ବେଳେ  ୮ ଗୁରୁତର ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଟୋଲଣା ଘାଟିରେ ଏକ ଶ୍ରମିକ ବୋଝେଇ ପିକଅପ ଭ୍ୟାନ ଓଲଟି ପଡିବାରୁ ୧୮ ରୁ ଉର୍ଦ୍ଧ ଶ୍ରମିକ ଆହତ ହୋଇଛନ୍ତି । ଆହତ ମଧ୍ୟରୁ ୮ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଶ୍ରମିକ ମାନଙ୍କ ଘର ଗୁଣପୁର ବ୍ଲକ ଅନ୍ତର୍ଗତ ଶଗଡ଼ା ଗ୍ରାମର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୨୫ ରୁ ଉର୍ଦ୍ଧ ଶ୍ରମିକଙ୍କୁ ନେଇ ଏକ ମାକ୍ସ ପିକ ଭ୍ୟାନ ଧାନ ତଳି ରୋଇବା ପାଇଁ ପଦ୍ମପୁର ବ୍ଲକ ଅଭିମୁଖେ ଯାଉଥିଲେ ।

ତେବେ ଟୋଳନା ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ମାକ୍ସ ପିକ ଆପ ଭ୍ୟାନରେ ଥିବା ଶ୍ରମିକମାନେ ଆହତ ହୋଇଥିଲେ । ସମସ୍ତଙ୍କୁ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଓ ଗୁଣପୁର ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ୮ ଜଣ ଶ୍ରମିକଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଟାସିଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking