34.1 C
Bhubaneswar
Thursday, August 20, 2026
Homeଦେଶ ବିଦେଶ୨ ଟ୍ରକ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

୨ ଟ୍ରକ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ନୂଆଦିଲ୍ଲୀ: ୨ଟି ଟ୍ରକ ମୁହାଁମୁହିଁ ଧକ୍କା । ଫଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାତ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଚାରିଆଡେ ଆତଙ୍କ ଖେଳିଯାଇଥିଲା । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ସକାଳ ୭ଟା ୪୫ ମିନିଟରେ ହିମାଚଳ ପ୍ରଦେଶର ଚଣ୍ଡିଗଡ- ମନାଲି ଜାତୀୟ ରାଜପଥର ହାନୋଗି ଟନେଲ ଭିତରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାତ ଜଣ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ଟିମ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଉଦ୍ଧାର କାର୍ଯ୍ୟ କରିଥିଲେ । ୭ ଆହତଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ପରେ ନେରଚୌକ ମେଡିକାଲକୁ ରେଫର କରାଯାଇଥିଲା । ଦୁର୍ଘଟଣା କାରଣରୁ ରାଜପଥରେ କିଛି ସମୟ ପାଇଁ ଯାତାୟତ ଠପ ହୋଇଥିବା ବେଳେ ଏହାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking